ଜୟ ଢୋଲକିଆଙ୍କୁ ଜିତାଇବାକୁ ନୂଆପଡାବାସୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ନୂଆପଡ଼ା: ‘ନୂଆପଡ଼ା ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଜିଲାରେ ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ହେବ। ସରକାରଙ୍କ ନୀତି ଓ ନିଷ୍ପତ୍ତି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ। ନୂଆପଡ଼ାର ବିକାଶ ଦାୟିତ୍ୱ ମୁଁ ନେଇଛି। ଏହାର ସର୍ବଙ୍ଗୀନ ଓ ସାମଗ୍ରିକ ଉନ୍ନତି ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡାବାସୀଙ୍କୁ ଅନୁରୋଧ କରିଛନ୍ତି। ଗୁରୁବାର ନୂଆପଡ଼ା ନିର୍ବାଚନ ମଣ୍ଡଳୀର କୋମନାଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବେଇମାନ କହିଲେ। ଏହାର ସଂଜ୍ଞା କଣ ? ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହା କେଉଁ ପ୍ରକାର ଶାଳୀନତା ? ରାଜନୈତିକ ଚକ୍ରାନ୍ତ କରି ନିଜେ ନିଜ ଲୋକଙ୍କୁ ଠକେଇଛି ବିଜେଡି। ବିଜେଡି କେତେ ପ୍ରତାରଣା କରିଛି ସମସ୍ତେ ଜାଣନ୍ତି ବୋଲି ମୁଖ୍ୟମନ୍ତ୍ରୀ କଡ଼ା ସମାଲୋଚନା କରିଥିଲେ।
Powered by Froala Editor