ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କୋମନାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ରୋଡ୍ ସୋ’ କରିଛନ୍ତି। ରୋଡ୍ ସୋ’ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଅଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ରେ ହଜାର ହଜାର ସଂଖ୍ୟାରେ ଲୋକମାନେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଠିଆ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗାଡି ରାଲିରେ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଧ୍ବନୀରେ ଉଛୁଳି ପଡୁଥିଲା କୋମନା ।
ବର୍ତ୍ତମାନ କୋମନା ବ୍ଲକ୍ ପାଇଁ ତିନିଟି ଯାକ ଦଳ ସ୍ବତନ୍ତ୍ର ରଣନୀତି କରି ଫୋକସ୍ କରୁଛନ୍ତି। ନୂଆପଡ଼ା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଦୁଇଟି ବ୍ଲକ୍ ଓ ଦୁଇଟି ଏନ୍ଏସି ମଧ୍ୟରେ କୋମନାରେ ସର୍ବାଧିକ ଭୋଟର୍ ରହିଛନ୍ତି। ମୋଟ ୨ ଲକ୍ଷ ୫୪ ହଜାର ଭୋଟରଙ୍କ ଭିତରୁ ପ୍ରାୟ ୧ ଲକ୍ଷ ୧୧ ହଜାର ଭୋଟର ଅଛନ୍ତି କୋମନା ବ୍ଲକରେ । ଆଗରୁ କୋମନାରେ ବିଜେଡି ବଡ ଭୋଟ ବ୍ୟାଙ୍କ ଥିଲା। କିନ୍ତୁ ଉପନିର୍ବାଚନରେ ବିଜେପି ଏହି ବିଜେଡି ଗଡକୁ ଭାଙ୍ଗିବାକୁ ପୁରା ଦମ୍ ଲଗାଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାରର ପୁରା ଫୋକସ କରିଛନ୍ତି କୋମନା ବ୍ଲକରେ । ପୂର୍ବ ନିର୍ବାଚନର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଏବେ ବିଜେପି ପ୍ରାର୍ଥୀ। ତେଣୁ ଏଠାରେ ମତଦାନକୁ ନେଇ ଆକଳନ କରିବା ମୁସ୍କିଲ୍।
Powered by Froala Editor