ଭିଜିଲାନ୍ସ ଜାଲରେ କେନ୍ଦୁଝର ଡିଏସଏସଓ
ଭୁବନେଶ୍ବର:୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି କେନ୍ଦୁଝର ଡିଏସଏସଓ(ଜିଲା ସାମାଜିକ ନିରାପତ୍ତା ଅଧିକାରୀ) ବିପ୍ଳବ କେଶରୀ ସାମନ୍ତରାୟ। ବିପ୍ଳବ ଏକ ଏନଜିଓଠାରୁ ଏହି ଲାଞ୍ଚ ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ସୂଚନା ଅନୁସାରେ, ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନା ଅଧୀନରେ ବେସରକାରୀ ଅନୁଷ୍ଠାନ ବା ଏନଜିଓଗୁଡ଼ିକର ବିଲ୍ କ୍ଲିଅର କରିବା ଲାଗି ବିପ୍ଳବ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ନିକଟରେ ସେ ଏକ ଏନଜିଓଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ସମ୍ପୃକ୍ତ ଏନଜିଓ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲା। ଯୋଜନା ଅନୁସାରେ, ବିପ୍ଳବ ଫୋନ ପେ’ ଜରିଆରେ ୨୦ ହଜାର ଟଙ୍କା ନେବା ସମୟରେ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।ଏହା ପରେ ଭିଜିଲାନ୍ସ ପକ୍ଷରୁ ବିପ୍ଳବଙ୍କର ୩ଟି ଠିକଣାରେ ଚଢ଼ାଉ କରାଯାଇଛି।
Powered by Froala Editor