ମନ୍ଥା ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନାହିଁ
ଭୁବନେଶ୍ବର: ଘୂର୍ଣ୍ଣିଝଡ଼ “ମନ୍ଥା” ଉପକୂଳ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତ ଛଅ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିଥିଲା । ଆଜି ସକାଳ ୫:୩୦ ଘଣ୍ଟା ସମୟରେ କେନ୍ଦ୍ରୀଭୂତ ହୋଇଥିଲା। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଗତିପଥ ବଦଳିଯିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନାହିଁ । କେବଳ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ଭୂସ୍ଖଳନ ହୋଇଛି ଏବଂ ପାହାଡ଼ ଧସିଛି ।
ମନ୍ଥା ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଦେଇ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରି ଆଗାମୀ ୩ ଘଣ୍ଟା ମଧ୍ୟରେ ଏକ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି।
Powered by Froala Editor