ଜୟଠୁ ଅଲଗା ହୋଇଯିବେ ମାହି
କିଛି ମାସ ହେବ ବିବାଦ ପରେ ଛାଡ଼ପତ୍ର ପାଇଁ ଆବେଦନ କଲେ ଲୋକପ୍ରିୟ ଟେଲି ଅଭିନେତା ଜୟ ଭାନୁଶାଲୀ ଓ ମାହି ବିଜ୍। କୁହାଯାଉଛି ଯେ, ଉଭୟ ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏବେ ଦହେଁ ଛାଡ଼ପତ୍ର ପାଇଁ ଦସ୍ତଖସ୍ତ ଚୂଡ଼ାନ୍ତ ହୋଇସାରିଛି।
ଜୟ ଭାନୁଶାଳୀ ଏବଂ ମାହି ବିଜ୍ ବହୁତ ଦିନ ହେଲାଣି ଅଲଗା ରହୁଛନ୍ତି। ଅନେକ ଚେଷ୍ଟା ପରେ ବି ସମ୍ପର୍କରେ ସୁଧାର ନଆସିବାରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦୁହେଁ ଜୁଲାଇ-ଅଗଷ୍ଟ ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।
ଜୟ କିମ୍ବା ମାହି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କୁହାଯାଉଛି ଯେ, ସେମାନଙ୍କ ପିଲାମାନଙ୍କର custody କାହା ପାଖରେ ରହିବ ତାହା ମଧ୍ୟ ସ୍ଥିର ହୋଇସାରିଛି।
Powered by Froala Editor