ଏସସିଓ ସମ୍ମିଳନୀରେ ମୋଦିଙ୍କୁ ହତ୍ୟା ପାଇଁ ହୋଇଥିଲା ଯୋଜନା
ବାଂଲାଦେଶ ରାଜଧାନୀ ଢାକାରେ ଆମେରିକୀୟ ଅଧିକାରୀ ଟେରେନ୍ସ ଓରୱେଲ ଜ୍ୟାକସନଙ୍କ ରହସ୍ୟମୟ ମୃତ୍ୟୁ ଏବେ ଦକ୍ଷିଣ ଏସିୟାର ଗୁଇନ୍ଦା ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅର୍ଗାନାଇଜର ଏକ ରିପୋର୍ଟରେ ଏ ନେଇ ଚାଞ୍ଚଲ୍ୟକର ଦାବି କରିଛି। କହିଛି ଜ୍ୟାକସନଙ୍କୁ ପ୍ରାଧାନମନ୍ତ୍ରୀ ମୋଦିଙ୍କ ହତ୍ୟା ପାଇଁ ମୁତୟନ କରାଯାଇଥିଲା। ଗତ ଏସସିଓ ସମ୍ମିଳନୀ ସମୟରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏଭଳି ଯୋଜନା କରିଥିଲା ବୋଲି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ତେବେ ଭାରତ ଏବଂ ରୁଷର ଗୁଇନ୍ଦା ସଂସ୍ଥା ପକ୍ଷରୁ ଏକ ମିଳିତି ଅପରେସନ ଦ୍ଵାରା ଏହାକୁ ନିଷ୍ଫଳ କରିଦିଆଯାଇଥିଲା।
ରିପୋର୍ଟ ଅନୁସାରେ ଜ୍ୟାକସନଙ୍କୁ ଉପରଠାଉରିଆ ଭାବେ ବାଂଲାଦେଶର ସେଣ୍ଟ ମାର୍ଟିନ ଦ୍ୱୀପରେ ସେନା ପ୍ରଶିକ୍ଷଣ ନିମନ୍ତେ ମୁତୟନ କରାଯାଇଥିଲା। ବିଶେଷଜ୍ଞଙ୍କ ଅନୁସାରେ ତାର ଅସଲ ମିସନ ଭାରତ ଭିତରେ ଖାସ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଗୋପନ କାର୍ଯ୍ୟାନୁଷ୍ଠାନ ଥିଲା। ଜ୍ୟାକସନର ମୃତ୍ୟୁ ସେହି ଦିନ ହୋଇଥିଲା ଯେଉଁ ଦିନ ପ୍ରଧାନମନ୍ତ୍ରୀ ମୋଦି ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ବୈଠକରେ ଯୋଗ ଦେବା ପାଇଁ ଚୀନ୍ ର ତିୟାନଜିନରେ ଥିଲେ।
ସେଦିନ ସକାଳେ ଭାରତୀୟ ଏବଂ ରୁଷର ଗୁଇନ୍ଦା ସଂସ୍ଥାକୁ ଏକ ଗୁରୁତ୍ଵପୂର୍ଣ୍ଣ ସତକର୍ତା ମିଳିଥିଲା। ଚୀନର ସୁରକ୍ଷା ମନ୍ତ୍ରଣାଳୟ ଜରିଆରେ ଏହି ତଥ୍ୟ ଦିଆଯାଇଥିଲା। ମୋଦିଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ ହୋଇପାରେ ବୋଲି କୁହାଯାଇଥିଲା। ଏହା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଦିଙ୍କୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ମୋଦି ହୋଟେଲରୁ ବାହାରିବା ପରେ ପୁଟିନ ତାଙ୍କ ସୁରକ୍ଷିତ ଲିମୋସିନ କାରରେ ସମ୍ମିଳନୀ ସ୍ଥଳକୁ ଯିବାକୁ ଆମନ୍ତ୍ରଣ କରିଥିଲେ। ସେହିଦିନ ଆମେରିକାର ଜଣେ ଅଧିକାରୀ ଜ୍ୟାକ୍ସନଙ୍କର ଢାକାରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା।
ରିପୋର୍ଟ ଅନୁସାରେ, ଜ୍ୟାକ୍ସନ କୌଣସି ସରକାରୀ କାର୍ଯ୍ୟରେ ବାଂଲାଦେଶ ଯାଇ ନ ଥିଲେ। ବରଂ ସେ ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ମିଶନର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲେ।
Powered by Froala Editor