ପାକିସ୍ତାନରେ ୬୦୦ ଟଙ୍କାରେ ଏକ କିଲୋ ଟମାଟୋ
ଇସଲାମାବାଦ: ପାକିସ୍ତାନରେ ଟମାଟୋ ମୂଲ୍ୟ ଇତିମଧ୍ୟରେ ୪୦୦ ଗୁଣ ବୃଦ୍ଧି ପାଇ କିଲୋ ପିଛା ୬୦୦ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି। ପାକିସ୍ତାନ ସାଧାରଣତଃ ଆଫ୍ଗାନିସ୍ତାନରୁ ଟମାଟୋ ଆମଦାନୀ କରିଥାଏ। ତେବେ ଚଳିତମାସ ପ୍ରାରମ୍ଭରୁ ଦୁଇ ପଡୋଶୀ ଦେଶ ମଧ୍ୟରେ ସଂଘର୍ଷ ଜାରି ରହିଥିବା ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସୀମାରେ ଥିବା ଦୁଇଟି ସୀମାନ୍ତ ଫାଟକ ତୋର୍କହାମ୍ ଓ ଛମନକୁ ସିଲ୍ କରାଯାଇଛି। ଫଳରେ ଆଫ୍ଗାନିସ୍ତାନରୁ ଟମାଟୋ ପାକିସ୍ତାନକୁ ରପ୍ତାନି ହୋଇପାରୁନାହିଁ। ଅପରପକ୍ଷରେ ପାକିସ୍ତାନରେ ଉତ୍ପାଦିତ ହେଉଥିବା ଟମାଟୋ ଆବଶ୍ୟକତା ମେଣ୍ଟାଇବାରେ ସଫଳ ହୋଇପାରୁନାହିଁ।
Powered by Froala Editor