ଶୁଭମିତ୍ରା ହତ୍ୟା ଘଟଣା: ଅଭିଯୁକ୍ତ ଦୀପକ ରାଉତଙ୍କୁ ପୁଲିସର ଜେରା
ଭୁବନେଶ୍ବର: ବହୁ ଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାରେ ଅଭିଯୁକ୍ତ ଦୀପକ ରାଉତଙ୍କୁ ଜେରା କରୁଛି ପୁଲିସ । ଝାରପଡା ଜେଲରେ ଖୁଣ୍ଟୁଣୀ ଥାନା ପୁଲିସ ଦୀପକକୁ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ଘଟଣାରେ ପଚରାଉଚରା କରୁଥିବା ସୂଚନା ମିଳିଛି । କୋର୍ଟଙ୍କ ନିର୍ଦ୍ଦଶରେ ଝାରପଡା ଜେଲରେ ୩ଘଣ୍ଟା ଧରି ଜେରା କରିଛି ପୁଲିସ ।
ଭୁବନେଶ୍ୱର ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା କରି ଗାଡି ଡିକିରେ ପୁରାଇ କେନ୍ଦୁଝର ଘଟଗାଁ ନିକଟ ଏକ ଜଙ୍ଗଲରେ ନେଇ ପୋତିଥିଲା ଦୀପକ । ପୁଲିସ ଜେସିବି ସାହାଯ୍ୟରେ ମୃତଦେହ ବାହାର କରି ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତକୁ ଗିରଫ କରିଥିଲା।
Powered by Froala Editor