24 carat goldର ମିଠା
ଦୀପାବଳିରେ ଏଥର, ଜୟପୁରର ଏକ ମିଠା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସହରର ପ୍ରସିଦ୍ଧ ତ୍ୟୋହାର ସୁଇଟ୍ସ ଆଉଟଲେଟରେ ପ୍ରସ୍ତୁତ ସ୍ବର୍ଣ୍ଣ ପ୍ରସାଦମ ନାମକ ଏକ ମିଠା ବର୍ତ୍ତମାନ ସହରରେ ଚର୍ଚ୍ଚାରେ ଅଛି। ଏହି ମିଠାର ଲୋକପ୍ରିୟତାର କାରଣ ହେଉଛି ଏହାର ମୂଲ୍ୟ। ପ୍ରତି କିଲୋଗ୍ରାମରେ ୧.୧୧ ଲକ୍ଷ ଟଙ୍କା ମୂଲ୍ୟର, ଏହାକୁ ଦେଶର ସବୁଠାରୁ ମହଙ୍ଗା ମିଠା ଭାବରେ ପ୍ରଚାର କରାଯାଉଛି। ଏହି ମିଠାକୁ ସ୍ବର୍ଣ୍ଣ ଭସ୍ମରେ ଏବଂ 24 carat edible goldରେ ପ୍ରସ୍ତୁତ କରାଯାଇଛି। ଧନତେରାସ ଅବସରରେ ଏଇ ମିଠାକୁ ମାର୍କେଟକୁ ଅଣାଯାଇଛି।
ମିଠା ବିକ୍ରୟ କରୁଥିବା ତ୍ୟୋହାର ସ୍ବିଟ୍ସର ମାଲିକାଣୀ ଅଞ୍ଜଳି ଜୈନ, ବିଶେଷକରି ଦୀପାବଳି ପାଇଁ ଏହି ମିଠା ପ୍ରସ୍ତୁତ କରିଛନ୍ତି। ଏଥିରେ ପାଇନ ବାମ୍ସ, କେସର ଏବଂ ଏକ ଶୁଦ୍ଧ ସୁନା ଆଧାର ବ୍ୟବହାର କରାଯାଇଛି, ଯାହା ଏହି ମିଠାକୁ ଏକ ରାଜକୀୟ ଲୁକ ଏବଂ ସ୍ବାଦ ଦେଇଥାଏ। ଏହି ମିଠାର ଉପର ସ୍ତର ସୁନାରେ ଚକଚକିଆ, ଏହାକୁ ଅଳଙ୍କାର ପରି ଚମକଦାର କରିଥାଏ। ତ୍ୟୋହାର ସ୍ବିଟ୍ସର ମାଲିକଙ୍କ ଅନୁଯାୟୀ, ଏହି ମିଠା ସ୍ବାଦ, ସ୍ବାସ୍ଥ୍ୟ ଏବଂ ବିଳାସକୁ ମିଶ୍ରଣ କରିବା ପାଇଁ ଡିଜାଇନ କରାଯାଇଛି, ଯାହା ଫଳରେ ଏହା ଏତେ ମହଙ୍ଗା ବିକ୍ରି ହୁଏ।
ଅଞ୍ଜଲୀ ଜୈନଙ୍କ ମତରେ, ଆୟୁର୍ବେଦରେ ସ୍ୱର୍ଣ୍ଣ ଭସ୍ମକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ (Immunity Booster) ମାନାଯାଏ, ତେଣୁ ଏହି ମିଠା ସ୍ୱାଦ ସହିତ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଏ। ମିଠା ଉପରେ ଥିବା ସୁନେଲି ଗ୍ଲେଜିଂ ଏହାକୁ ଏକ ଚମତ୍କାର ଏବଂ ଆଭୂଷଣ ପରି ଲୁକ୍ ପ୍ରଦାନ କରେ। ଏହାକୁ ସାଧାରଣ ବକ୍ସରେ ନୁହେଁ, ବରଂ ଏକ ଆଭୂଷଣ ବକ୍ସ ପରି ପ୍ୟାକେଜରେ ଗ୍ରାହକଙ୍କୁ ଦିଆଯାଉଛି । ଜୟପୁରରେ, ସ୍ବର୍ଣ୍ଣ ପ୍ରସାଦମ ମିଠାର ପ୍ରତ୍ୟେକ ଖଣ୍ଡ ପ୍ରାୟ ୩,୦୦୦ରେ ବିକ୍ରି ହେଉଛି।
Powered by Froala Editor