ଟିକେଟ ନପାଇବାରୁ କାନ୍ଦି କାନ୍ଦି ଗଡ଼ିଲେ ନେତା
ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବୟାନବାଜି ସେତେ ଅଧିକ ତୀବ୍ର ହେବାରେ ଲାଗିଛି। ଏବେ ଜଣେ ନେତା ଟିକେଟ ନପାଇବାରୁ କାନ୍ଦି କାନ୍ଦି ଗଡ଼ିଯାଇଥିବା ଜଣାଯାଇଛି। ଏହାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ବିହାରର ପାଟନା ଜିଲାରେ ରବିବାର ଏଭଳି ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ବିହାର ନିର୍ବାଚନ ପାଇଁ ଆରଜେଡି ପକ୍ଷରୁ ଟିକେଟ ବଣ୍ଟନ କରାଯାଇଛି। ହେଲେ ଦଳର ବରିଷ୍ଠ ନେତା ମଦନ ଶାହଙ୍କୁ ଦଳ ଟିକେଟ ଦେଇନାହିଁ। ଏଥିପାଇଁ ସେ ଲାଲୁଙ୍କୁ ଭେଟିବାକୁ ଯାଇଥିଲେ। ସେ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନ ସମ୍ମୁଖରେ କାନ୍ଦୁଥିବାର ଦେଖାଯାଇଛି। ସେ ତାଙ୍କ କୁର୍ତ୍ତା ମଧ୍ୟ ଚିରି ଦେବା ସହ ଅଭିଯୋଗ କରିଛନ୍ତି ଯେ, ଟିକେଟ ଦେବା ପାଇଁ ତାଙ୍କୁ ଟଙ୍କା ମଗାଯାଇଥିଲା। ହେଲେ ତାଙ୍କୁ ସୁଯୋଗ ଦିଆ ନ ଯିବାରୁ ସେ ନିଜ ଶାର୍ଟ ଚିରି କାନ୍ଦିବାକୁ ଲାଗିଥିଲେ। ଲାଲୁ କାରରେ ବାହାରକୁ ଯିବା ସମୟରେ ତାଙ୍କ ଗାଡ଼ି ପଛରେ ଦୌଡ଼ି ଦୌଡ଼ି ପିଛା ବି କରିଥିଲେ।
ମଦନ ଅଭିଯୋଗ କରିଛନ୍ତି ଯେ, ସେ ୨ କୋଟି ୭୦ ଲକ୍ଷ ଟଙ୍କା ନ ଦେବାରୁ ତାଙ୍କ ଟିକେଟ କାଟି ଦିଆଯାଇଛି। ଲାଲୁ ତାଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆରଜେଡି ନେତା ସଞ୍ଜୟ ଯାଦବ ଟିକେଟ ପାଇଁ ୨ କୋଟି ୭୦ ଲକ୍ଷ ଟଙ୍କା ଦାବି କରିଥିଲେ। ମୁଁ ଟଙ୍କା ଦେବାକୁ ମନା କରିବାରୁ ତାଙ୍କ ଟିକେଟ କାଟି ଅନ୍ୟ ଜଣଙ୍କୁ ଦିଆଯାଇଛି।
Powered by Froala Editor