ବାଣ ଫୁଟାଇବା ନେଇ ଗାଇଡଲାଇନ୍: ରାତି ୯ ପରେ ବାଣଫୁଟା ମନା
ଭୁବନେଶ୍ୱର: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି। ଏହାପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିଛି। ତେବେ ଦୀପାବଳିରେ ଭୁବନେଶ୍ଵରରେ ରାତି ୯ଟା ପରେ ବାଣଫୁଟାକୁ ବାରଣ କରାଯାଇଛି। ଏ ନେଇ କଡା ନିର୍ଦେଶ ଦେଇଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା।
ସେ କହିଛନ୍ତି ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଦ ପିଇ ଯଦି କେହି ଗାଡି ଚଳାଉଛି ତେବେ ଉକ୍ତ ଚାଳକକୁ ଅଟକ ରଖାଯିବା ସହ ଗାଡିକୁ ଜବତ କରି ପିସିଆର୍ ଭ୍ୟାନ୍ ନେଇଯିବ। ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦେଶ ରହିଛି। ବେଆଇନ୍ ଭାବେ ବାଣ ବିକ୍ରି କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି। ବାଣର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ। ବଗିଚା, ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇପାରିବେ ନାହିଁ। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସୂତା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।
Powered by Froala Editor