ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଏହି ଦୁଇ ହେବିୱେଟ୍ ନେତା
ନୂଆପଡ଼ା: ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ପ୍ରାର୍ଥୀ ପତ୍ର ଦାଖଲ କରିବା ସହ ଶକ୍ତି ପ୍ରଦର୍ଶନ କରିବେ ଜୟ । ଜୟଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦମାନେ ଉପସ୍ଥିତ ରହିବେ । ଗତ ୧୬ରେ ଜୟ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି କୁହାଯାଇଥିଲା, ହେଲେ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା ।
ସେପଟେ ଘାସିରାମ ମାଝୀଙ୍କ ନାମାଙ୍କନ ଦାଖଲ ବେଳେ ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ରହିବେ ।
Powered by Froala Editor