୬୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
ଭୁବନେଶ୍ୱର: ଦାମୀ କାରରେ ବ୍ରାଉନସୁଗାର ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ୫୫୬ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଖୋର୍ଦ୍ଧାର ଜଣେ ମହିଳା ଓ ଅନ୍ୟ ଦୁଇ ଜଣ ନିମାପଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କଠାରୁ ନଗଦ ୫ଲକ୍ଷ ୧୦ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।
Powered by Froala Editor