ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି: ଶୀଘ୍ର ଗିରଫ ହେବ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି
ଭୁବନେଶ୍ବର: ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ନେଇ କ୍ରାଇମବ୍ରାଞ୍ଚ ଡିଜି ସାମ୍ବାଦିକ ସମ୍ମିଳନୀରେ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ମୋଷ୍ଟ ୱାଣ୍ଟେଡ୍ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସୁକାନ୍ତ ମହାରଣା, ସୌମ୍ୟ ପ୍ରିୟଦର୍ଶିନୀ ଓ ଅଭିମନ୍ୟୁ ଦୋରା । ଏହି ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସୌମ୍ୟ ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ କରୁଥିଲେ ।
ଡିଜି କହିଛନ୍ତି ଯେ ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ଏହାସହିତ ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।
Powered by Froala Editor