୧୭୦ ମାଓବାଦୀଙ୍କ ଆତ୍ମସମର୍ପଣ
ଛତିଶଗଡ଼ ପୁଲିସ ନିକଟରେ ୧୭୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏତେ ସଂଖ୍ୟକ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ରସ୍ରୋତରେ ସାମିଲ ହେବାକୁ ଆଗେଇ ଆସିବା ସୁରକ୍ଷା ବାହିନୀ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଇନ୍ଦ୍ରାବତୀ ଡିଭିଜନ ଏବଂ ମାଡ଼ ଡିଭିଜନର ୧୭୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ ପାଇଁ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲିଚାଲି ବିଜାପୁର ପହଞ୍ଚୁଛନ୍ତି। ଏନେଇ ପୁଲିସ ଏବଂ ବିଏସ୍ଏଫ୍ ତରଫରୁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି।
ଦଣ୍ଡକାରଣ୍ୟ ଜଙ୍ଗଲରେ ସକ୍ରିୟ ଥିବା ଏହି ମାଓବାଦୀଙ୍କ ସଂଗଠନର ଟପ୍ ନେତା ଭୂପତି ଓରଫ ସୋନୁ ଆତ୍ମସମର୍ପଣ କରିବା ପରେ ଅନ୍ୟ ସଦସ୍ୟମାନେ ଅସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ମାଡ ଡିଭିଜନର ୧୨୦ ଏବଂ କୋୟଲିବେଡା ଡିଭିଜନର ୫୦ ସଦସ୍ୟ ସଂଗଠନ ଛାଡ଼ିଛନ୍ତି।
ଆତ୍ମସମର୍ପଣ କରିଥିବା ଏହି ସଦସ୍ୟମାନଙ୍କୁ ଜଗଦଲପୁର ଅଣାଯିବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏବଂ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କ ଉପସ୍ଥିତିରେ ମାଓବାଦୀମାନେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିବେ।
ସୂଚନାଯୋଗ୍ୟ, ମାଓବାଦୀ ନେତା ଭୂପତି କେନ୍ଦ୍ରୀୟ ଆଞ୍ଚଳିକ ବ୍ୟୁରୋ(ସିଆରବି)ର ମଙ୍ଗ ଧରିଥିଲା। ପଲିଟ ବ୍ୟୁରୋ ସଦସ୍ୟ ରୂପେ ସେ ସଂଗଠନର ନୀତି ନିର୍ଦ୍ଧାରଣ କରୁଥିଲା। ତେଣୁ ଆସନ୍ତା କିଛି ଦିନ ମଧ୍ୟରେ ଛତିଶଗଡ଼ରୁ ନକ୍ସଲ ମୂଳପୋଛ ହେବେ ଏଥିରେ ଦ୍ବିମତ ନାହିଁ। ଦିନ ଥିଲା ଦେଶରେ ୧୨୬ଟି ଜିଲ୍ଲାରେ ମାଓବାଦୀ ଉତ୍ପାତ ମଚାଉଥିଲେ। ଆଜି ମାତ୍ର ୧୧ଟି ଜିଲ୍ଲାରେ ହିଁ ନକ୍ସଲ ନିଜର ଉପସ୍ଥିତି ଜାହିର କରୁଛନ୍ତି।
Powered by Froala Editor