ଭାରତ ରୁଷିଆର ଏକ ନିର୍ଭରଯୋଗ୍ୟ ଅଂଶୀଦାର: ଡେନିସ ଆଲିପୋଭ
ମସ୍କୋ: ଭାରତ ଆଉ ରୁଷିଆଠାରୁ ତେଲ କିଣିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ମସ୍କୋ ଏହି ମାମଲାରେ ପ୍ରତିକ୍ରିୟା ଦେଇଛି। ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି, ଭାରତର ଅର୍ଥନୀତିକୁ ରୁଷିଆ ତେଲ ଆବଶ୍ୟକ। ଭାରତ ରୁଷିଆର ଏକ ନିର୍ଭରଯୋଗ୍ୟ ଅଂଶୀଦାର। କିନ୍ତୁ ଟ୍ରମ୍ପ ଚାହାଁନ୍ତି ନାହିଁ ଯେ ଭାରତ ରୁଷିଆଠାରୁ ତେଲ କିଣୁ। ଏହି କାରଣରୁ ସେ ରାଗିଯାଇ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଛନ୍ତି।
ରୁଷିଆ ରାଷ୍ଟ୍ରଦୂତ ଆଲିପୋଭ କହିଛନ୍ତି, ଭାରତର ମୋଟ ଅଶୋଧିତ ତୈଳ ଆମଦାନୀର ଏକ ତୃତୀୟାଂଶ ରୁଷିଆରୁ ଆସିଥାଏ। ଆମେ ଭାରତ ପାଇଁ ଏକ ସୁଲଭ ବିକଳ୍ପ ହୋଇଛୁ। ରୁଷିଆ ଏବଂ ଭାରତ ମଧ୍ୟରେ ରଣନୈତିକ ସହଭାଗୀତାକୁ ବିଶ୍ୱ ସ୍ଥିରତା ପାଇଁ ଏକ ଶକ୍ତି ଭାବରେ ଦେଖାଯାଏ। ଏହି ସମ୍ପର୍କ ବିଶ୍ୱାସ ଉପରେ ନିର୍ମିତ।
Powered by Froala Editor