୮ ଗାଜାବାସୀଙ୍କ ଆଖିରେ କଳାପଟି ବାନ୍ଧି ଗୁଳିକରି ହତ୍ୟା କଲା ହମାସ
ଗାଜା: ଇସ୍ରାଏଲ ସହିତ ଅସ୍ତ୍ରବିରତି ଚୁକ୍ତି ପରେ ହମାସ ଆତଙ୍କବାଦୀ ସଂଗଠନ ଏବେ ବିଚଳିତ ହୋଇପଡିଛି। କାରଣ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ହମାସ ଗାଜାକୁ ନିଜ ନିୟନ୍ତ୍ରଣ ମୁକ୍ତ କରିବ। ଏହା ସହିତ ଅସ୍ତ୍ର ତ୍ୟାଗ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହମାସ ଏପରି ଚୁକ୍ତି ସ୍ବୀକାର କରିଥିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ବିଚଳିତ ହୋଇଛି। ଏପରିସ୍ଥଳେ ହମାସ ଗାଜାର ୮ଜଣ ନାଗରିକଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦେଇଛି।
ଏହି ୮ ନାଗରିକଙ୍କ ଆଖିରେ କଳାପଟି ବନ୍ଧାଯାଇଥିଲା। ସେମାନଙ୍କୁ ଆଣ୍ଠେଇ ବସାଇବା ପୂର୍ବକ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାର ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ବେଳେ ଏହା ହମାସର ବର୍ବରତାକୁ ସୂଚିତ କରୁଛି। ହମାସ ଏମାନଙ୍କୁ ଇସ୍ରାଏଲର ସହଯୋଗୀ ତଥା ଅପରାଧୀ ବୋଲି ବିବେଚନା କରି ହତ୍ୟା କରିଛି।
Powered by Froala Editor