ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ବିଜ୍ଞାପନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
ପୁରୀ: ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ଏକ ବଡ ଅନଲାଇନ ଖାଦ୍ୟ ଡେଲିଭରୀ କମ୍ପାନୀ ପକ୍ଷରୁ ବିଜ୍ଞାପନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ପୁରୀ ସାଇବର ଥାନାରେ ଏତଲା ଦିଆଯାଇଛି । ଅନଲାଇନରେ ମହାପ୍ରଭୁଙ୍କ ପ୍ରସାଦ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏଭଳି ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନି। ତୁରନ୍ତ ଏ ବିଜ୍ଞାପନକୁ ଅପସାରଣ କରିବା ପାଇଁ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି।
Powered by Froala Editor