ସ୍ନେହାଙ୍ଗିନୀ ଛୁରିଆ ବିଜେଡିର ନୂଆପଡ଼ା ପ୍ରାର୍ଥୀ
ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ପ୍ରାର୍ଥୀ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ନବୀନ ନିବାସଠାରେ ଏ ନେଇ ଘୋଷଣା କରିଛନ୍ତି। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ।
ନୂଆପଡ଼ା ବିଧାନସଭା ଆସନରେ ପୂର୍ବରୁ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ସମୟରେ କଂଗ୍ରେସ ଘାସିରାମ ମାଝୀଙ୍କୁ ମଇଦାନକୁ ଉତାରିଛି। ଏଥର ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ ହୋଇଛି। ତେବେ ଦେଖାଯାଉ ଏହି ୩ ଦଳ ମଧ୍ୟରୁ କିଏ ନୂଆପଡ଼ାରେ ବାଜି ମାରୁଛନ୍ତି।
ଜିଲାରେ ୭୦ ପ୍ରତିଶତ ଆସିବାସୀ ଶ୍ରେଣୀର ଲୋକ ବାସ କରୁଥିବା ବେଳେ ୧ ଲକ୍ଷ ୫ ହଜାର ଭୋଟ ରହିଛି। ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୩ ହଜାର ୬୨୪ ଖଣ୍ଡ ଭୋଟ ରହିଥିବା ବେଳେ ୬୦ ପ୍ରତିଶତ ଆଦିବାସୀ ଭୋଟ ରହିଛି।
Powered by Froala Editor