ଦିଲ୍ଲୀବାସୀଙ୍କୁ ସବୁଜ ବାଣ ଫୁଟାଇବାକୁ ଅନୁମତି
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ସବୁଜ ବାଣ ଫୁଟାଇବା ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ-ଏନସିଆରରେ ଲୋକମାନେ କେବଳ ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିବେ । ସୁପ୍ରିମକୋର୍ଟ ଅକ୍ଟୋବର ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ସବୁଜ ବାଣ ବ୍ୟବହାରକୁ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ସକାଳ ୬ରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇପାରିବେ ଦିଲ୍ଲୀବାସୀ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଅକ୍ଟୋବର ୧୭ତାରିଖରୁ କେବଳ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ସବୁଜ ବାଣ ବିକ୍ରି କରାଯାଇପାରିବ । କେବଳ NEERI ଏବଂ PESO-ପ୍ରମାଣିତ ସବୁଜ ବାଣ ବ୍ୟବହାର କରିବାକୁ ଅନୁମତି ଦିଆଯିବ ଏବଂ ବାହାରୁ ବାଣ ଆମଦାନି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କୁ ଲାଇସେନ୍ସ ବାତିଲ ଏବଂ ଜରିମାନାର ସମ୍ମୁଖୀନ ହେବାକୁ ପଡିବ।
Powered by Froala Editor