ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଲା ପୁଅ
ଭବାନୀପାଟଣା : ଟଙ୍କା ପାଇଁ ପୁଅ ସାଜିଲା ମାଓବାଦୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡରେ। ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖି ୩୫ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା । ଘଟଣାର ତଦନ୍ତ ପରେ ପୁଲିସ୍ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି ।
ସୂଚନା ଅନୁସାରେ ରପ୍ରା ରୋଡର ଜଣେ ଠିକାଦାର ଦିନେଶ ଅଗ୍ରୱାଲଙ୍କ ପୁଅ ଅଙ୍କୁଶ ଅଗ୍ରୱାଲ ନିଜ ବାପାଙ୍କୁ ମାଓବାଦୀଙ୍କ ନାଁରେ ୩୫ ଲକ୍ଷ ଟଙ୍କା ବଟି ଦେବାକୁ ଚିଠି ଲେଖିଥିଲା । ଏନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତରେ ଦିନେଶଙ୍କ ପୁଅ ଅଙ୍କୁଶ ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିବାରୁ ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Powered by Froala Editor