ନୂଆପଡା ଉପନିର୍ବାଚନ: ବିଜେପି ପ୍ରାର୍ଥୀ ହେଲେ ଜୟ ଢୋଲକିଆ
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି ବିଜେପି । ଜୟ ଢୋଲକିଆ ହିଁ ନୂଆପଡାରୁ ପ୍ରାର୍ଥୀ ହୋଇଥିବା ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ପୂର୍ବରୁ ଜୟଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ଏବେ ଦଳ ତାଙ୍କ ନାମ ହିଁ ଘୋଷଣା କରିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିବେ ଜୟ ।ଗତ ୧୧ତାରିଖ ଦିନ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ ।
Powered by Froala Editor