ଇ-କେୱାଇସି କରିନଥିଲେ ବନ୍ଦ ହେବ ଚାଉଳ
ଭୁବନେଶ୍ଵର : ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି କରିନାହାନ୍ତି । ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ମିଳିବନି । ଏବେ ଇ-କେୱାଇସି ପ୍ରକ୍ରିୟାକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ସମୟ ବଢାଇଲେ ଆମେ ବଢାଇବୁ। ବାଦ୍ ପଡିଥିବା ହିତାଧିକାରୀ ଲିଖିତ ଭାବେ ଦେଲେ ବିଚାର କରାଯିବ।
Powered by Froala Editor