କେବିସିର ପ୍ରତିଯୋଗୀଙ୍କୁ ନେଇ ପ୍ରଶ୍ନ
କୌନ ବନେଗା କୋରଡ଼ପତି (କେବିସି) ୧୭ରେ ଗୁଜୁରାଟର ଗାନ୍ଧୀନଗରର ପଞ୍ଚମ ଶ୍ରେଣୀର ଛାତ୍ର ଇଶିତ ଭଟ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟ୍ରେ ବସିଥିଲେ। କିନ୍ତୁ କୌଣସି ପୁରସ୍କାର ରାଶି ନଜିତି ମଧ୍ୟ ନିଜର ଖରାପ ବ୍ୟବହାର ପାଇଁ କୁନି ପିଲା ଜଣକ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇ ଚାଲିଛନ୍ତି।
ଇଶିତଙ୍କ କଥାବାର୍ତ୍ତା ଓ ଆଚରଣ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଅଭଦ୍ର ବୋଲି ଟ୍ୟାଗ କରାଯାଇଛି। ଏହା ଅଭିଭାବକଙ୍କ ପ୍ରତିପାଳନ ଓ ରିଆଲିଟି ଶୋ’ରେ ପିଲାଙ୍କ ଉପରେ ଚାପ ନେଇ ପ୍ରଶ୍ନ ଉଠାଇଛି। ଅନ୍ୟପଟେ, କେତେକ ଲୋକ ସୋସିଆଲ ମିଡିଆରେ ଏକ ଛୋଟ ପିଲାକୁ ଟାର୍ଗେଟ କରାଯିବା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏକ ଭାଇରାଲ କ୍ଲିପରେ, ଇଶିତ କହୁଥିବା ଦେଖାଯାଇଛି, "ମେରେ କୋ ନିୟମ ପଟା ହୈ ଇସଲିୟେ ଆପ ମେରେକୋ ଅଭି ନିୟମ ବୁଝାନେ ମତ ବୈଥନା (ମୁଁ ନିୟମ ଜାଣେ, ତେଣୁ ଏବେ ମୋତେ ନିୟମ ବୁଝାଇବା ଆରମ୍ଭ କରନାହିଁ)।"
କେବଳ ସେତିିକି ନୁହେଁ; ପ୍ରଶ୍ନ ପଚାରିବା ପରେ ପରେ ଅତ୍ୟନ୍ତ ବ୍ୟସ୍ତ ହୋଇ କହି ପକାଇଲେ, ‘‘ଆରେ ଅପ୍ସନ୍ ଡାଲୋ (ଆମେ, ମୋତେ ବିକଳ୍ପ ଦିଅ)’’। ଯେତେବେଳେ ତାଙ୍କ ଉତ୍ତରକୁ ଲକ୍ କରିବାର ସମୟ ଆସିଲା, ସେ କହିଲେ, "ସାର୍ ଏକ କ୍ୟା ଉସ ମେଁ ଚାର୍ ଲକ୍ ଲଗାଡୋ, ଲେକିନ୍ ଲକ୍ କରୋ (ସାର୍, କେବଳ ଗୋଟିଏ ନୁହେଁ, ଏଥିରେ ଚାରୋଟି ତାଲା ଲଗାନ୍ତୁ, କିନ୍ତୁ ଏହାକୁ ଲକ୍ କରନ୍ତୁ)।"
ଅମିତାଭ ବଚ୍ଚନ ଶାନ୍ତ ଭାବେ ପରିସ୍ଥିତିକୁ ସମ୍ଭାଳି କହିଥିଲେ, “ବେଳେବେଳେ ପିଲାମାନେ ଅତି ଆତ୍ମବିଶ୍ୱାସରେ ଭୁଲ କରି ଦିଅନ୍ତି।” ତାଙ୍କ ଧୈର୍ଯ୍ୟ ଓ ଶାନ୍ତ ଆଚରଣ ପାଇଁ ଇଣ୍ଟରନେଟରେ ତାଙ୍କୁ ପ୍ରଶଂସା ମିଳିଛି।
ଏହି ଭିଡିଓକୁ ଦେଖି ଇଣ୍ଟରନେଟରେ ଲୋକେ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ଅଭଦ୍ରତାର ମଧ୍ୟ ଏକ ମୂଲ୍ୟ ରହିଛି। ପିଲାମାନେ ସୀମା ଅତିକ୍ରମ କଲେ ଅଭିଭାବକଙ୍କୁ ପ୍ରତିପାଳନ ଶିଖାଇବା ଦରକାର। ଆଉ ଜଣେ ଲେଖିଛନ୍ତି, “ଅମିତାଭ ବଚ୍ଚନଙ୍କୁ ପ୍ରଶଂସା କରିବାକୁ ମନ ହେଉଛି। ସେ ପିଲାର ଅଭଦ୍ର ବ୍ୟବହାରକୁ ଅତି ଶାନ୍ତ ଭାବେ ସମ୍ଭାଳିଛନ୍ତି।”
Powered by Froala Editor