୧୬ ରେ ମୁଖ୍ୟମନ୍ତ୍ରୀ ଯିବେ ନୂଆପଡ଼ା
ଭୁବନେଶ୍ବର: ଆସନ୍ତା ୧୬ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ନାମାଙ୍କନ ବେଳେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ କରିବେ ବୋଲି ସୂଚନା ମିଳିଛି । ଏନେଇ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର ସୂଚନା ଦେଇଛନ୍ତି । ଦୁଇ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍ ହେବେ ବୋଲି ସେ କହିଛନ୍ତି । ବିଜେପି ଏହି ଉପନିର୍ବାଚନରେ ୫୦ହଜାରରୁ ଅଧିକ ଭୋଟରେ ଜିତିବ ବୋଲି କୁହାଯାଇଛି ।
Powered by Froala Editor