ବର୍ଦ୍ଧମାନ ଷ୍ଟେସନରେ ଦଳାଚକଟା

ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ରବିବାର ବଡ଼ ଦୁର୍ଘଟଣା ଘଟିଛି। ପ୍ଲାଟଫର୍ମରେ ହଠାତ୍ ଦଳଚକଟା ଯୋଗୁଁ ୧୦ରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଷ୍ଟେସନରେ ଆତଙ୍କିତ ମାହୋଲ ସୃଷ୍ଟି ହୋଇଥିଲା।ଆହତଙ୍କୁ ବର୍ଦ୍ଧମାନ ମେଡିକାଲ କଲେଜ୍ ତଥା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗୋଟିଏ ସମୟରେ ୩ଟି ଟ୍ରେନ ଆସିବାରୁ ୪,୬ ଏବଂ ୭ ନମ୍ବର ପ୍ଲାଟଫର୍ମରେ ହଠାତ୍ ଲୋକଙ୍କ ମଧ୍ୟରେ ରେସ ପରିସ୍ଥିତି ଉପୁଜିଥିଲା । ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ହଳଦୀବାରି ଏକ୍ସପ୍ରେସ ପ୍ଲାଟଫର୍ମ ନମ୍ବର ୫ରେ ପହଞ୍ଚିଥିଲା। ସେହି ସମୟରେ ହାଓଡ଼ା ମେନ ଲାଇନରେ ପ୍ଲାଟଫର୍ମ ନମ୍ବର ୪ରେ ଏକ ଲୋକାଲ ଟ୍ରେନ ଠିଆ ହୋଇଥିଲା। ଗୋଟିଏ ପଟେ ଯାତ୍ରୀମାନେ ଏକ୍ସପ୍ରେସ ଟ୍ରେନରୁ ଓହ୍ଲାଇବା ପାଇଁ ଓଭରବ୍ରିଜ ଦେଇ ଷ୍ଟେଶନରୁ ବାହାରକୁ ଯାଉଥିଲେ। ଅନ୍ୟପଟେ ଯାତ୍ରୀମାନେ ହାଓଡ଼ା ଲୋକାଲ ଟ୍ରେନରେ ଚଢ଼ିବା ପାଇଁ ଓଭରବ୍ରିଜ ପାର ହେଉଥିଲେ।
ଟ୍ରେନ୍କୁ ଧରିବା ମୁଡ୍ରେ ଯାତ୍ରୀମାନେ ପ୍ଲାଟଫର୍ମ ୪ ଓ ୬କୁ ଯୋଡ଼ୁ ଥିବା ଫୁଟ୍ ଓଭର ବ୍ରିଜ୍ର ସିଡିରେ ଚଢିବା –ଓହ୍ଲାଇବା ଆରମ୍ଭ ହୋଇଗଲା। ହଠାତ୍ ଯାତ୍ରୀଙ୍କ ପହଞ୍ଚିବାରେ ସିଡି ଉପରେ ଭିଡ଼ ଲାଗିଗଲା। ଭିଡ଼କୁ ଦେଖୁ ଦେଖୁ ସେଠାରେ ଥିବା ଲୋକେ ଚିନ୍ତାରେ ପଡ଼ିଗଲେ. ଆଉ ଏଥିରେ ଦଳଚକଟା ଆରମ୍ଭ ହୋଇଗଲା। ଧାଁ ଦୌଡ଼ ମଧ୍ୟରେ ଅନେକ ଯାତ୍ରୀ ତଳେ ପଡ଼ି ଗଲେ। ଏହି ସମୟରେ ଭିଡ଼ ଭିତରୁ ବାହାରିବା ପ୍ରୟାସରେ କିଛି ଯାତ୍ରୀ ତଳେ ଖସି ପଡିଥିବା ଲୋକଙ୍କୁ ଦଳି ଦେଇଥିଲେ।
ଘଟଣାର ସୂଚନା ପାଇବା କ୍ଷଣି ଆରପିଏଫ୍ ଓ ଜିଆରପି ର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇ ଥିଲେ। ଦୁର୍ଘଟଣା କାହିଁକି ହେଲା , ତାହା ଯାଞ୍ଚ କରାଯାଉଛି।
Powered by Froala Editor