ଲାଲୁ-ରାବିଡି-ତେଜସ୍ୱୀଙ୍କୁ ଚାର୍ଜଫ୍ରେମ୍ କଲେ ଦିଲ୍ଲୀ କୋର୍ଟ

ବିହାର ବିଧାନସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ, IRCTC ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ପରିବାରର ସମସ୍ୟା ବୃଦ୍ଧି ପାଇଛି। ଆଇଆରସିଟିସି ଦୁର୍ନୀତି ଏବଂ ଚାକିରି ପାଇଁ ଜମି ମାମଲାରେ ଲାଲୁ, ରାବିଡି ଏବଂ ତେଜସ୍ୱୀଙ୍କ ବିରୋଧରେ ଚାର୍ଜଫ୍ରେମ ଉପରେ ରାୟ ପ୍ରକାଶ କରିଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ।
ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛି। ଅର୍ଥାତ୍ ସେମାନେ ଏବେ ଏହି ମାମଲାରେ ବିଚାରର ସମ୍ମୁଖୀନ ହେବେ।
ଯେଉଁ ଧାରା ଅନୁଯାୟୀ ଚାର୍ଜ ଫ୍ରେମ କରାଯାଇଛି ସେଥିରେ IPC 420, IPC 120B, ଏବଂ ଦୁର୍ନୀତି ନିବାରଣ ଆଇନର ଧାରା 13(2) ଏବଂ 13(1)(d) ଅନ୍ତର୍ଭୁକ୍ତ। ଦୁର୍ନୀତି ନିବାରଣ ଆଇନର ଧାରା 13(2) ଏବଂ 13(1)(d) କେବଳ ଲାଲୁ ଯାଦବଙ୍କ ପାଇଁ ପ୍ରଯୁଜ୍ୟ। କାରଣ ସେ ସରକାରୀ ପଦବୀରେ ରହି ତାଙ୍କ ପଦବୀର ଅପବ୍ୟବହାର କରିଥିଲେ।
ଷଡ଼ଯନ୍ତ୍ର, ପଦର ଅପବ୍ୟବହାର ଏବଂ ଟେଣ୍ଡର ପ୍ରକ୍ରିୟାରେ ହେରଫେରକୁ ଉଲ୍ଲେଖ କରି କୋର୍ଟ କହିଛନ୍ତି ଯେ ସବୁକିଛି ଲାଲୁ ଯାଦବଙ୍କ ଜଣାତରେ ଘଟିଥିଲା। କୋର୍ଟ କହିଛନ୍ତି ଯେ ରାବିଡି ଏବଂ ତେଜସ୍ୱୀଙ୍କୁ ଜମି ଅଧିକାର ଦେବା ପାଇଁ ଏକ ଷଡ଼ଯନ୍ତ୍ର ହୋଇଥିଲା। ଲାଲୁ ଯାଦବ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ।
ଏହି ମାମଲାରେ ଲାଲୁ ଯାଦବ, ରାବିଡି ଦେବୀ ଏବଂ ତେଜସ୍ବୀ ଯାଦବ ସେମାନଙ୍କର ଦୋଷ ସ୍ବୀକାର କରିବାକୁ ମନା କରିଦେଲେ। ଲାଲୁ ପରିବାର କୋର୍ଟରେ କହିଛନ୍ତି, ସେମାନେ ମାମଲାର ସମ୍ମୁଖୀନ ହେବେ। ରାବିଡି ଯାଦବ କହିଛନ୍ତି, ଏହା ଏକ ମିଥ୍ୟା ମାମଲା।
ଆରଜେଡି ସୁପ୍ରିମୋ ଲାଲୁ ଯାଦବ ହ୍ବିଲ ଚେୟାରରେ କୋର୍ଟରେ ପହଞ୍ଚିଥିଲେ। ତାଙ୍କ ସହିତ ରାବିଡି ଦେବୀ, ତେଜସ୍ବୀ ଯାଦବ ଏବଂ ପ୍ରେମଚାନ୍ଦ ଗୁପ୍ତା ମଧ୍ୟ ଥିଲେ।
Powered by Froala Editor