୧୪ ପ୍ୟାକେଟ ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ବର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ମଧ୍ୟପ୍ରଦେଶ ଅଞ୍ଚଳକୁ ବୋଲେରୋରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ପୁଲିସ ହାତରେ ଧରାପଡ଼ିଛି । ପୁଲିସ ଗଞ୍ଜେଇ ସହ ବୋଲେରୋ ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ବିଧି ସାହୁ ବୋଲି ଥାନା ଅଧିକାରୀ ଅନିତା ପଧାନ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଛତାପିପଲ୍ ଓ କୁରେଭନା ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା । ମଧ୍ୟପ୍ରଦେଶ ପଞ୍ଜିକରଣ ନମ୍ବର ଥିବା ଏକ ବୋଲେରୋ ସନ୍ଦେହଜନକ ଭାବେ ଆସୁଥିବାରୁ ପୁଲିସ ସନ୍ଦେହ କରିଥିଲା । ପରେ ଗାଡ଼ିକୁ ପିଛା କରି ଅଟକାଇ ଯାଞ୍ଚ କରାଯାଇଥିଲା । ବୋଲେରୋରୁ ୧୪ ପ୍ୟାକେଟ ଗଞ୍ଜେଇ ଜବତ ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ବିଧି ସାହୁକୁ ଗିରଫ କରାଯାଇଛି ।
Powered by Froala Editor