ଡାକ୍ତରଖାନାର କୋଠରୀରୁ ୩ କଙ୍କାଳ ଠାବ

ବଲାଙ୍ଗୀର ଜିଲ୍ଲାପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଡାକ୍ତରଖାନାର ଏକ ପରିତ୍ୟକ୍ତ କୋଠରୀରୁ ୩ କଙ୍କାଳ ଠାବ ହୋଇଥିବା ବେଳେ ପୁଲିସ, ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରି ଯାଇଥିବା ଜଣାପଡ଼ିଛି। ଭଇଁଶା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା କ୍ୟାମ୍ପସରେ ଏକ ପରିତ୍ୟକ୍ତ ୟୁରିନାଲରେ ଏହି କଙ୍କାଳ ପଡିଥିବା ଦେଖିବାକୁ ମିଳିଛି | କଙ୍କାଳଟି ମଣିଷ ଛୁଆ କିମ୍ବା ମାଙ୍କଡ଼ ଛୁଆର ବୋଲି ସନ୍ଦେହ କରାଯାଉଛି। ତେବେ ଏସବୁ କଙ୍କାଳ କାହାର। କେଉଠୁ ଆସିଲା ଏହି କଙ୍କାଳ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି
ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି କଙ୍କାଳର ନମୁନା ସଂଗ୍ରହ କରି ନେଇଥିବା ଜଣାପଡ଼ିଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ଗାଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।
ପ୍ରକାଶ ଥାଉ କି ଉକ୍ତ ପରିତ୍ୟକ୍ତ କୋଠରୀରେ ପୂର୍ବରୁ ଭଇଁଷା ଡାକ୍ତରଖାନା ପରିଚାଳିତ ହେଉଥିଲା। ସେଠାରେ ଚିକିତ୍ସା କରା ଯାଉଥିବା ବେଳେ ବର୍ତ୍ତମାନ ବର୍ଷେ ହେବ ନୂଆ କୋଠାକୁ ଭଇଁଷା ଡାକ୍ତରଖାନା ସ୍ଥାନାନ୍ତରିତ ହୋଇଛି।
Powered by Froala Editor