ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ପାଲଟିଛି ପଶ୍ଚିମବଙ୍ଗ: ପ୍ରତାପ ଷଡଙ୍ଗୀ
ଜଳେଶ୍ଵର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ। ସେ କହିଛନ୍ତି ୩ ଜଣଙ୍କୁ ଗିରଫ କରିଥିବା କହୁଛନ୍ତି , ହେଲେ ମୁଖ୍ୟ ଅଭିଯୁକ୍ତ କେବେ ଗିରଫ ହେବ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ଏସ୍ପିଙ୍କ ସହ ଆଲୋଚନା କରିବି। ପଶ୍ଚିମବଙ୍ଗ ଏବେ ଅସାମାଜିକ ଓ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ପାଲଟିଛି। କେବଳ ମହିଳା ନୁହଁନ୍ତି , ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ।
ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି। ଦୁର୍ଗାପୁରର ଏକ ଘରୋଇ ମେଡିକାଲର ଦ୍ଵିତୀୟ ବର୍ଷର ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୀଡିତା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ରାତ୍ରି ଭୋଜନ ଲାଗି ଯାଇଥିବାବେଳେ କଲେଜ ବାହାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଜଳେଶ୍ବର ଅଞ୍ଚଳର।
Powered by Froala Editor