ରାଜ୍ୟ ମହିଳା କମିଶନ ଟିମ୍ ଯିବ ଦୁର୍ଗାପୁର
ଜଳେଶ୍ଵର : ପଶ୍ଚିମବଙ୍ଗର ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଏକ ଟିମ୍। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ସେ କହିଛନ୍ତି ଓଡିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅତ୍ୟନ୍ତ ବର୍ବରକାଣ୍ଡ। ମୋ ତରଫରୁ ଯାହା କିଛି ହୋଇପାରିବ , ମୁଁ ନିଶ୍ଚୟ କରିବି। ପୀଡିତାଙ୍କ ପରିବାର ସହ ମୁଁ ଯୋଗାଯୋଗରେ ରହିଛି। ଆଇନର ଉର୍ଦ୍ଧ୍ବରେ କେହି ନୁହଁନ୍ତି, ଅଭିଯୁକ୍ତକୁ ନିଶ୍ଚୟ ଦଣ୍ଡ ମିଳିବ।
Powered by Froala Editor