ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା: ୩ ଯୁବକଙ୍କୁ ଉଠାଇ ନେଲା ପୁଲିସ୍
ବ୍ରହ୍ମପୁର : ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ବଡ ଅପଡେଟ୍ ସାମ୍ନାକୁ ଆସିଛି। ବ୍ରହ୍ମପୁର ଏବଂ ଖଲ୍ଲିକୋଟର ୩ ଜଣ ଯୁବକଙ୍କୁ ପୁଲିସ୍ ଉଠାଇ ନେଇ ପଚରାଉଚରା କରୁଛି। ଜଣେ କର୍ପୋରେଟରଙ୍କୁ ମଧ୍ୟ ଥାନାରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ତେବେ କର୍ପୋରେଟର ଜଣକ କିଏ ଏବଂ ଘଟଣାରେ ତାଙ୍କର କଣ ସମ୍ପୃକ୍ତି ରହିଛି। ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି କୁ ଯାଞ୍ଚ କରାଯାଉଛି। ଗତ ଦୁଇ ଦିନ ଭିତରେ ଦୁଇଟି ଟିମ୍ ବ୍ରହ୍ମପୁର, କବିସୂର୍ଯ୍ୟନଗର, ପୋଲସରା ଏବଂ ପାଟପୁର ଥାନା ଅଞ୍ଚଳରେ ଚଢାଉ କରୁଥିଲା। ଏକାଧିକ କାର ଓ ବାଇକ ଚାଳକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। କିଛି ସ୍ଥାନରେ ପୁଲିସ ଚଢଉ କରି ସନ୍ଦିଗ୍ଧଙ୍କୁ ଉଠାଇ ଆଣିଛି। ହେଲେ ପୀତବାସଙ୍କୁ କିଏ ହତ୍ୟା କଲା ତାହା ଏ ଯାଏଁ ସାମ୍ନାକୁ ଆସିପାରିନି।
ପୀତବାସଙ୍କୁ ହତ୍ୟା କରିଥିବା ସୁପାରି କିଲର କିଏ, ସେମାନଙ୍କୁ କିଏ ସୁପାରି ଦେଇଥିଲା, ହତ୍ୟା ପାଇଁ କିଏ ଷଡଯନ୍ତ୍ର ରଚିଥିଲା ତାହା ଜାଣିବାକୁ ପୁଲିସ ଦିନରାତି ଏକ କରିଦେଇଛି। ପୁଲିସକୁ କିଛି ସୁରାକ ମିଳିଥିବା ନିର୍ଭରଯାଗ୍ୟ ସୂତ୍ରରୁ ସୂଚନା ମିଳିିଛି।
Powered by Froala Editor