ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ସହିଦ
ରାଉଲକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣରେ ସିଆରପିଏଫ୍ର ଜଣେ ଯବାନ ସହିଦ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସହିଦ ଯବାନଙ୍କ ନାମ କାନଷ୍ଟେବଳ ମହେନ୍ଦ୍ର ଲକସର ବୋଲି ଜଣାପଡିଛି। ଦୁଇ ଆହତ ଯବାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଏୟାରଲିଫ୍ଟ କରାଯାଇଥିବା ସୂଚନା ମିଳିଛି।
Powered by Froala Editor