Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ...

  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ...

  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ...

  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ...

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ ...

  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ...

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ...

  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ...

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ...

  • ୫୨୬ କିଲୋଗ୍ରାମ ହେରୋଇନ ଓ ...

ରାଜ୍ୟ
Home ›› ରାଜ୍ୟ ››ଏସ୍ଆଇ ପରୀକ୍ଷା ଅନିୟମିତତା ଘଟଣା: ବଣିକ କୋଚିଂ ସେଣ୍ଟରରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ

ଏସ୍ଆଇ ପରୀକ୍ଷା ଅନିୟମିତତା ଘଟଣା: ବଣିକ କୋଚିଂ ସେଣ୍ଟରରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ

2025-10-10 07:12:08
13673
Share:
Facebook
Twitter
E-Mail
WhatsApp
Telegram
ଏସ୍ଆଇ ପରୀକ୍ଷା ଅନିୟମିତତା ଘଟଣା: ବଣିକ କୋଚିଂ ସେଣ୍ଟରରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ

ଭୁବନେଶ୍ବର : ପୁଲିସ ସବ୍‌ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଅନିୟମିତତା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ଜୋରଦାର କରୁଛି। ନୂଆପଲ୍ଲୀ ଥାନା ସିଆର୍‌ପି ଛକ ଅଞ୍ଚଳରେ ଥିବା ବଣିକ କୋଚିଂ ସେଣ୍ଟରରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ କରି ତନାଘନା କରିଛି। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ୩ଜଣିଆ ଦଳ ପ୍ରାୟ ୩ ଘଣ୍ଟା ଧରି କୋଚିଂ ସେଣ୍ଟରରେ ଯାଞ୍ଚ କରିଛି। କୋଚିଂ ସେଣ୍ଟରରେ ଚଢ଼ଉ କରିବା ସହ ପ୍ରତିଷ୍ଠାତା ଓ କିଛି କର୍ମଚାରୀଙ୍କୁ ପଚରାଉଚରା କରିଛି। ଗତ ୫ବର୍ଷର ପିଲାଙ୍କ ତଥ୍ୟ ଓ ଗୋଟିଏ ବର୍ଷର ଆକାଉଣ୍ଟ ତଥ୍ୟ ନେଇଛି ତଦନ୍ତକାରୀ ଦଳ। ଏଥିସହ କୋଚିଂ ସେଣ୍ଟରର ଏଚ୍‌ଆର ଆଡ଼ମିନ୍‌, ଆକାଉଣ୍ଟ ମ୍ୟାନେଜର, ମାର୍କେଟିଂ ମ୍ୟାନେଜରଙ୍କୁ ଆଜି କଟକ ସ୍ଥିତ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ ହାଜର ହୋଇ ତଥ୍ୟ ରଖିବାକୁ ନିର୍ଦେଶ ଦିଆଯାଇଛି।
କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଶ୍ରୀ ବେହେରା କହିଛନ୍ତି, ଗିରଫ ହୋଇଥିବା ପରୀକ୍ଷାର୍ଥୀଙ୍କୁ ପଚରାଉଚରା କରାଯାଇଥିଲା। ବଣିକ କୋଚିଂ ସେଣ୍ଟର ଜରିଆରେ କିଛି ପିଲା ବିଜୟନଗରମ୍‌କୁ ଏସ୍‌ଆଇ ପରୀକ୍ଷା ଦେବା ଲାଗି ଯାଉଥିଲେ ବୋଲି ସ୍ବୀକାର କରିଥିଲେ। ଏହି ତଥ୍ୟ ଆଧାରରେ ବଣିକ ଉପରେ ଚଢ଼ଉ କରାଯାଇଛି। ଭୁବନେଶ୍ବର ସମେତ ସାରା ଓଡ଼ିଶାରେ ଥିବା ବଣିକର ବିଭିନ୍ନ କୋଚିଂ ସେଣ୍ଟରରେ ଗତ ୫ବର୍ଷରେ କେତେ ପିଲା ନାମ ଲେଖାଇଛନ୍ତି ଓ ପାଠ ପଢ଼ିଛନ୍ତି, ତା’ର ତଥ୍ୟ ନିଆଯାଇଛି। କେଉଁ ବର୍ଷ କେତେ ପିଲା କୋଚିଂ ନେଉଥିଲେ, ତା’ର ତଥ୍ୟ ମଧ୍ୟ ହାସଲ କରିଛୁ। ପରୀକ୍ଷାର୍ଥୀଙ୍କୁ ଜେରା ସମୟରେ ଦେଇଥିବା ତଥ୍ୟ ଓ କୋଚିଂ ସେଣ୍ଟରରୁ ମିଳିଥିବା ତଥ୍ୟକୁ ମେଳ କରାଯାଇ ତର୍ଜମା କରାଯିବ।
ଅନ୍ୟପକ୍ଷରେ ଏ ନେଇ ବଣିକର ପ୍ରତିଷ୍ଠାତା ସୁବ୍ରତ ଛାଟୋଇ କହିଛନ୍ତି, ୧୧୪ ପିଲାଙ୍କୁ ଆନ୍ଧ୍ରପ୍ରଦେଶ ନିଆଯାଉଥିବାବେଳେ ସେମାନଙ୍କୁ ଆନ୍ଧ୍ର ପୁଲିସ ଗିରଫ କରି ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଥିଲା। ସେମାନଙ୍କୁ ବ୍ରହ୍ମପୁରରେ ରଖାଯାଇ ପଚରାଉଚରା କରାଯାଇଥିଲା। ଓଡ଼ିଶା ପୁଲିସ ପଚରାଉଚରା ପରେ ଏକ ତାଲିକା ଜାରି କଲା ଓ ସେଥିରେ କାହାର ଦସ୍ତଖତ ନଥିବାରୁ ତାହା ଅଫିସିଆଲ୍‌ ବୋଲି କୁହାଯିବନି। ପରୀକ୍ଷାର୍ଥୀଙ୍କୁ ପାଠ ପଢ଼ୁଥିବା କୋଚିଂ ସେଣ୍ଟର ନାଁ ଓ କିଏ ଯୋଗାଯୋଗ କରାଯାଇଥିଲା ବୋଲି ପଚରାଯାଇଛି। ସେଥିରେ ଦଲାଲ ଓ ସେମାନଙ୍କ ଫୋନ୍‌ ନମ୍ବର ଲେଖାଯାଇଛି। ତନ୍ମଧ୍ୟରୁ ୧୨ଜଣ ପିଲାଙ୍କ ବଣିକ ବୋଲି ଲେଖାଯାଇଛି। ବଣିକ ବୃହତ ଅନୁଷ୍ଠାନ ଓ ଗୁଣାତ୍ମକ ଶିକ୍ଷାରେ ବିଶ୍ବାସ କରେ। ବିଗତ ୧୨ବର୍ଷ ହେଲାଣି ଆମେ ନିରନ୍ତର କୋଚିଂ ଯୋଗାଇ ଆସୁଛୁ। ଯେଉଁଥିରେ ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢ଼ି ସରକାରୀ ଚାକିରି ପାଇଛନ୍ତି। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ବଣିକ ପକ୍ଷରୁ ଯିଏ ଯୋଗାଯୋଗ କରିଥିବ ତା’ ନାମ ଓ ଫୋନ୍‌ ନମ୍ବର ରହିଥାନ୍ତା, କିନ୍ତୁ ତାଲିକାରେ ସେମିତି କିଛି ଲେଖାଯାଇନି। ଗିରଫ ହୋଇଥିବା ଅନ୍ୟମାନେ ବି ତ କେଉଁ କୋଚିଂ ସେଣ୍ଟର ନାଁ କହିଛନ୍ତି। କାହିଁକି ସେ ନାଁ ଉଠାଉନାହାନ୍ତି କି ଆଲୋଚନା କରାଯାଉନି ବୋଲି ଶ୍ରୀ ଛାଟୋଇ ପ୍ରଶ୍ନ କରିଛନ୍ତି।
ସେହିପରି ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପକ୍ଷରୁ ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଅବଗତ କରାଯାଉଛି ଯେ, କ୍ରାଇମବ୍ରାଞ୍ଚ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଓ ଏହି ମାମଲାରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Powered by Froala Editor

Tags Vanik

Related articles Odisha News Lens 4.1

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...

    15048
    Oct 01, 2026
  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ
    ଦେଶ-ଦେଶାନ୍ତର

    ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15866
    Oct 01, 2026
  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ
    ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15344
    Sep 30, 2026
  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ
    ଦେଶ-ଦେଶାନ୍ତର

    ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ

    15162
    Oct 01, 2026
  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ
    ଦେଶ-ଦେଶାନ୍ତର

    ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ

    14824
    Oct 02, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି
    ଦେଶ-ଦେଶାନ୍ତର

    ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15410
    Oct 01, 2026
  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ...
    ଦେଶ-ଦେଶାନ୍ତର

    ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ...

    14301
    Oct 02, 2026
  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍
    ଦେଶ-ଦେଶାନ୍ତର

    ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14290
    Oct 02, 2026
  •  ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...
    ଦେଶ-ଦେଶାନ୍ତର

    ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...

    15641
    Oct 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ

    14824
    Oct 02, 2026
  • ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15344
    Sep 30, 2026
  • ଦେଶ-ଦେଶାନ୍ତର

    ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14290
    Oct 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17145
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17834
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17797
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18212
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15370
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14043
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15783
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15350
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14724
    Sep 18, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ସ୍ଥାପିତ ୬ଟି ଡିଜିଟାଲ ଶ୍ରେଣୀଗୃହରେ ୫୬୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି

ଭୁବନେଶ୍ୱର: ଶିକ୍ଷା ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୋଇଯାଏ ଯେତେବେଳେ ଛାତ୍ରମାନେ ସଠିକ୍ ଉପକରଣ ଏବଂ ସମ୍ବଳ ପାଇଥ ...

  • ଭାରତରେ ‘Apple Pay’ ପ୍ରବେଶ

    14852
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14393
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14341
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15958
    Sep 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ

    15162
    Oct 01, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15410
    Oct 01, 2026
  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

    14301
    Oct 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In