ନିରବ ପ୍ରତିବାଦ ପ୍ରଦର୍ଶନ କଲେ ଶ୍ରୀଲିଙ୍ଗରାଜ ସେବାୟତ
ଭୁବନେଶ୍ଵର: ବଜ୍ରପାତ ଅଘଟଣକୁ ନେଇ ସେବାୟତମାନେ ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରେ ନିରବ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଗତକାଲି ଯେଉଁ ବଜ୍ରପାତ ହୋଇଥିଲା ସେ ସମୟରେ ସିଂହଦ୍ବାର ଗୁମୁଟ ଓ ଗର୍ଭଗୃହ ପାଖରେ ପ୍ରାୟ ୧୫୦ରୁ ଅଧିକ ଶ୍ରଦ୍ଧାଳୁ ଓ ସେବାୟତ ଉପସ୍ଥିତ ଥିଲେ। ବଜ୍ରପାତରେ ମନ୍ଦିରରେ ବଲ୍ବ ଫାଟି ଗର୍ଭଗୃହରେ ଠାକୁରଙ୍କ ଉପରେ ଭଙ୍ଗା ବଲ୍ବ ପଡ଼ିଥିଲା। ପ୍ରତ୍ୟେକଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏଏସ୍ଆଇ ପୁରୁଣା ଆର୍ଥିଂ କାଢ଼ି ନୂଆ ଆର୍ଥିଂ ସଂଯୋଗ କରିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା କହିଛନ୍ତି। ଏଏସ୍ଆଇ ମନ୍ଦିର ପ୍ରତି ଦୃଷ୍ଟି ଦେବା ସହିତ ନିମ୍ନମାନର କାର୍ଯ୍ୟ ବନ୍ଦ କରୁ ବୋଲି ସେବାୟତମାନେ ଦାବି କରିଥିଲେ।
Powered by Froala Editor