ବିମାନ ଭିତରେ ଯାତ୍ରୀ ଅସୁସ୍ଥ, ଜରୁରୀ ଅବତରଣ କଲା ବିମାନ
ଭୁବନେଶ୍ବର : ମଝି ଆକାଶରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଗୌହାଟୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଥିଲା।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ୧୭୪ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଗୌହାଟୀ ଅଭିମୁଖେ ଯାତ୍ରା କରୁଥିଲା। ଭୁବନେଶ୍ବର ଉପରେ ଯିବା ସମୟରେ ସେଥିରେ ଥିବା ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା। ଫଳରେ ଏଟିସିର ଅନୁମତି ନେଇ ସମ୍ପୃକ୍ତ ପାଇଲଟ ଅପରାହ୍ଣ ୪.୫୩ରେ ଜରୁରୀ ଅବତରଣ କରିଥିଲା। ଆମ୍ବୁଲାନ୍ସ ଯୋଗେ ଅସୁସ୍ଥ ଥିବା ଯାତ୍ରୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ଅନ୍ୟ ଯାତ୍ରୀଙ୍କୁ ନେଇ ଅପରାହ୍ଣ ୫.୫୦ରେ ବିମାନଟି ପୁନର୍ବାର ଗୌହାଟୀ ଅଭିମୁଖେ ଯାଇଥିଲା।
Powered by Froala Editor