ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ନୋବେଲ

ହଙ୍ଗେରିରେ ଲେଖକ ଲାସଲୋ କ୍ରାଜନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ । ତାଙ୍କର ମନମୁଗ୍ଧକର ଏବଂ ଦୂରଦୃଷ୍ଟିପୂର୍ଣ୍ଣ କୃତି ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ତାଙ୍କର ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଏହି ଉପନ୍ୟାସରେ ସାଂପ୍ରତିକ ଜର୍ମାନିର ସାମାଜିକ ଅସ୍ଥିରତା ତଥା ହିଂସା ଓ ସୌନ୍ଦର୍ଯ୍ୟ ଉପରେ ଏହାର ପ୍ରଭାବର ସୁନ୍ଦର ଚିତ୍ରଣ ପାଇଁ ତାଙ୍କୁ ଚୟନ କରାଯାଇଛି ।
୧୯୫୪ ମସିହାରେ ହଙ୍ଗେରି ଓ ରୋମାନିଆ ସୀମାରେ ଥିବା ଗ୍ରାମ ଗ୍ବାଲାରେ ଜନ୍ମଗ୍ରହଣ କରିଥିବା କ୍ରାଜନାହୋରକାଇଙ୍କ ଲେଖାର କେତେକ ସ୍ବତନ୍ତ୍ରତା ରହିଛି । ତାହା ହେଉଛି ଲମ୍ବା ଓ ଜଟିଳ ବାକ୍ୟ ।
ସ୍ବିଡିସ ଏକାଡେମୀ ପକ୍ଷରୁ ହିଁ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ନୋବେଲ ପୁରସ୍କାରର ବିଭିନ୍ନ ବର୍ଗ ମଧ୍ୟରେ ସାହିତ୍ୟ ପୁରସ୍କାରଟି ଅନ୍ୟତମ ଲୋକପ୍ରିୟ ପୁରସ୍କାର ଭାବେ ପରିଗଣିତ ହୋଇଥାଏ । ୧୯୦୧ରୁ ୨୦୨୪ ମଧ୍ୟରେ ମୋଟ ୧୨୧ ଜଣ ସାହିତ୍ୟରେ ନୋବେଲ ପୁରସ୍କାର ଜିତିଛନ୍ତି । ଗତ ବର୍ଷ ଦକ୍ଷିଣ କୋରିଆର ଲେଖକ ହାନ୍ କାଙ୍ଗଙ୍କୁ ସାହିତ୍ୟରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଯାହାଙ୍କ ଲେଖା ମାନବ ଜୀବନର ଭଙ୍ଗୀକୁ ଉଜ୍ଜ୍ୱଳତାରେ ଆଲୋକିତ କରିଥାଏ।
Powered by Froala Editor