ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି

ଭାରତ ଓ ବ୍ରିଟେନ ମଧ୍ୟରେ ଏକ ୪୬୮ ନିୟୁତ ଡଲାର ବା ୩୮୮୪ କୋଟି ଟଙ୍କାର ଏକ ପ୍ରତିରକ୍ଷା ଡିଲ୍ ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁସାରେ, ଭାରତ ୟୁକେ ତିଆରି ମିସାଇଲ କିଣିବ। ଏଥିରେ ଭାରତୀୟ ବାୟୁ ପ୍ରତିରକ୍ଷା କ୍ଷମତାକୁ ବଳ ମିଳିବା ସହିତ ଆତ୍ମନିର୍ଭର ଭାରତକୁ ସମର୍ଥନ ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହି କ୍ଷେପଣାସ୍ତ୍ର ଯୋଗାଣ ଉତ୍ତର ଆୟରଲ୍ୟାଣ୍ଡରେ ସିଧାସଳଖ ୭୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ୟୁକେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।
ମନ୍ତ୍ରଣାଳୟ କହିଛି, "ଏହି ଚୁକ୍ତିନାମା ଅନୁଯାୟୀ, ୟୁକେର ବେଲଫାଷ୍ଟରେ ନିର୍ମିତ କମ୍ ଓଜନ ମଲ୍ଟିରୋଲ୍ ମିସାଇଲ୍ (ଏଲଏମଏମ) ଭାରତୀୟ ସେନାକୁ ଯୋଗାଇ ଦିଆଯିବ, ଯାହା ୟୁକେର ପ୍ରତିରକ୍ଷା ଶିଳ୍ପକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ।"
ମାର୍ଟଲେଟ୍ସ ନାମକ ଏହି କ୍ଷେପଣାସ୍ତ୍ର ଏକ ଶକ୍ତିଶାଳୀ ପ୍ରେସିସନ ଗାଇଡେଡ୍ କ୍ଷେପଣାସ୍ତ୍ର । ରୁଷ ବିରୋଧରେ ବ୍ୟବହାର କରିବାକୁ ୟୁକ୍ରେନକୁ ଏହି କ୍ଷେପଣାସ୍ତ୍ର ପ୍ରଦାନ କରିଛି ବ୍ରିଟେନ ।
ଏହା ବ୍ୟତୀତ, ନୌସେନା ଜାହାଜ ପାଇଁ ବୈଦ୍ୟୁତିକ ଚାଳିତ ଇଞ୍ଜିନ ଉପରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ନୂଆଦିଲ୍ଲୀ ଏବଂ ଲଣ୍ଡନ ଏକ କାର୍ଯ୍ୟାନ୍ୱୟନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏନେଇ ୟୁକେ ପ୍ରତିରକ୍ଷା ମନ୍ତ୍ରୀ ଜନ ହିଲେ କହିଛନ୍ତି “ଘୋଷଣା ହୋଇଥିବା ପ୍ରତିରକ୍ଷା ଚୁକ୍ତିଗୁଡ଼ିକ ଦର୍ଶାଉଛି ଯେ ଭାରତ ସହିତ ଆମର ବଢୁଥିବା ରଣନୈତିକ ସହଭାଗୀତା କିପରି ୟୁକେ ବ୍ୟବସାୟ ଏବଂ ନିଯୁକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହା ଆମର ଦୁଇ ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ଏକ ଗଭୀର ସମ୍ପର୍କ ପାଇଁ ପଥ ପ୍ରଶସ୍ତ କରିବ ବୋଲି ମୁଁ ଆଶା କରୁଛି।”
Powered by Froala Editor