ଆଜିଠୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ
ଭୁବନେଶ୍ବର: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜୁ ଜନତା ଦଳ । ଅକ୍ଟୋବର ୯ରୁ ଆରମ୍ଭ ହୋଇ ନମ୍ବେଭର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀ ଓ ବ୍ଲକରେ ଦଳ ପକ୍ଷରୁ ଏହି ଯାତ୍ରା କରାଯାଉଛି । ଓଡ଼ିଶା ପ୍ରତି ଗୋପବନ୍ଧ ଦାସଙ୍କ ଯେଉଁ ବଳିଦାନ ରହିଛି ତାହାକୁ ଆଜିର ଯୁବପୀଢିଙ୍କ ନିକଟରେ ମନେ ପକାଇ ଦେବାକୁ ଏହି ଦିବସ ପାଳନ କରାଯାଉଛି ବୋଲି ବିଜେଡି କହିଛି ।
Powered by Froala Editor