ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଭବ୍ୟ ଝଲକ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ଏହି ବିମାନବନ୍ଦର ପ୍ରାୟ ୧୯,୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଐତିହାସିକ ଗ୍ରୀନଫିଲ୍ଡ ପ୍ରକଳ୍ପ। ଯାହା ସାର୍ବଜନୀନ-ଘରୋଇ ସହଭାଗୀତା (PPP) ମଡେଲ ଅଧୀନରେ ବିକଶିତ କରାଯାଇଛି ।
ମୁମ୍ବାଇ ମହାନଗର ଅଞ୍ଚଳର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର (NMIA) ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (CSMIA) ସହିତ ମିଳିତ ଭାବରେ କାର୍ଯ୍ୟ କରିବ । ଯାହା ଦ୍ୱାରା ଭିଡ ହ୍ରାସ ପାଇବ ଏବଂ ମୁମ୍ବାଇକୁ ଗ୍ଲୋବାଲ ମଲ୍ଟି ଏୟାରପୋର୍ଟ ସିଷ୍ଟମ ବର୍ଗରେ ସାମିଲ କରାଯାଇପାରିବ ।
୧୧୬୦ ହେକ୍ଟର ଜମିରେ ବିସ୍ତାରିତ ଏହି ନୂତନ ବିମାନବନ୍ଦର ଭାରତର ବିମାନ ଚଳାଚଳ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ମୁମ୍ବାଇର ବିଦ୍ୟମାନ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଭାରୀ ଟ୍ରାଫିକ୍ ବୋଝକୁ କମ କରିବ ବୋଲି ଆଶା କରାଯାଉଛି।
Powered by Froala Editor