ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ମାମଲା: ହରିୟାଣା ପୁଲିସ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ହରିୟାଣା କ୍ୟାଡର ଆଇପିଏସ ଅଧିକାରୀ ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲାରେ ଏକ ବଡ ଖୁଲାସା ହୋଇଛି । ମିଳିଥିବା ସୂଚନା ଅନୁସାରେ ୧୦ଜଣ ଆଇପିଏସ ଅଧିକାରୀ ତାଙ୍କୁ ନିର୍ଯାତନା ଦେବାର ଅଭିଯୋଗ ଆଣିଥିଲେ । ସେ ତାଙ୍କର ୮ପୃଷ୍ଠାର ସୁଇସାଇଡ ନୋଟରେ ଏହା ଉଲ୍ଲେଖ କରିଛନ୍ତି ।ସୁଇସାଇଡ୍ ନୋଟକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି ।
ଗୋଟିଏ ପଟେ, ପୁରନ କୁମାରଙ୍କ ବନ୍ଧୁକଧାରୀ ସୁଶୀଲ କୁମାର ଏକ ଲାଞ୍ଚ ଦୁର୍ନୀତିରେ ଜଡିତ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପୁରନ କୁମାରଙ୍କ ଆତ୍ମହତ୍ୟା ନୋଟରେ ଆଇପିଏସ୍ ଅଧିକାରୀଙ୍କ ନାମ ଉଲ୍ଳେଖ ରହିଛି । ଉଭୟ ମାମଲା ହରିୟାଣା ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।
Powered by Froala Editor