ଜାଫର ଏକ୍ସପ୍ରେସରେ ବୋମା ଆକ୍ରମଣ

ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ସୁଲତାନ କୋଟ ନିକଟରେ ଏହି ଘଟଣା ଘଟିଛି। ଫଳରେ ଟ୍ରେନରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା।
ଟ୍ରେନ ଯାଉଥିବା ବେଳେ ରେଳଧାରଣାରେ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍ (ଆଇଡି) ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଥିଲା।
ଏହି ବିସ୍ଫୋରଣ ପାଇଁ ବାଲୁଚ୍ ବିଦ୍ରୋହୀ ଗୋଷ୍ଠୀ, ବାଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ କୁ ଦାୟୀ ବୋଲି ଦାବି କରିଛି। ବାଲୁଚ୍ ରିପବ୍ଲିକାନ୍ ଗାର୍ଡସର ଜଣେ ମୁଖପାତ୍ର ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି, “ଆମେ ଶିକାରପୁର-BRGରେ ଜାଫର ଏକ୍ସପ୍ରେସରେ ହୋଇଥିବା ବିସ୍ଫୋରଣ ପାଇଁ ଦାୟୀ। ଟ୍ରେନଟି ପେଶାୱର ଯାଉଥିବା ସମୟରେ ଏହାକୁ ଟାର୍ଗେଟ କରାଯାଇଥିଲା। ପୂର୍ବରୁ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରାଯାଇ ଅପହରଣ କରାଯାଇଛି।
କୁହାଯାଉଛି ଯେ, ଆକ୍ରମଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପରେ ସେହି ରୁଟରେ ରେଳ ଚଳାଚଳ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି।
Powered by Froala Editor