ଦାର୍ଜିଲିଂରେ ଭୂସ୍ଖଳନ ଘଟଣା: ୨୮କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦାର୍ଜିଲିଂରେ ଘଟିଥିବା ବର୍ଷା ଓ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଏବେମଧ୍ୟ ୧୫ରୁ ଅଧିକ ନିଖୋଜ ଥିବା କୁହାଯାଇଛି। ଅନ୍ୟତମ ପର୍ଯ୍ୟଟନସ୍ଥଳ ମିରିକ୍ରେ କେବଳ ୧୩ ଜଣଙ୍କର ପ୍ରାଣହାନି ଘଟିଛି। ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ୍, ଏନଡିଆରଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଧ୍ବଂସସ୍ତୂପ ତଳୁ ମୃତାହତଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଛି। ରବିବାର ଦାର୍ଜିଲିଂରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ସୋମବାର ୨୬୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇତିମଧ୍ୟରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ହୋମଗାର୍ଡ ଚାକିରି ଘୋଷଣା କରିଛନ୍ତି।
Powered by Froala Editor