ଶିଶୁର ନାକ ଭିତରେ ଉଠିଥିଲା ଦାନ୍ତ, ଅସ୍ତ୍ରୋପଚାର କରି ବାହାର କଲେ ଡାକ୍ତର

ଏମ୍ସ ଗୋରଖପୁରର ଡାକ୍ତରମାନେ ଚାରି ବର୍ଷିୟ ପିଲାର ନାକ ଭିତରେ ଉଠିଥିବା ଦାନ୍ତକୁ ସଫଳ ସର୍ଜରୀ କରି ତାକୁ ଯନ୍ତ୍ରଣାରୁ ମୁକ୍ତି ଦେଇଛନ୍ତି। ଗତ ଛଅ ମାସ ଧରି ଯନ୍ତ୍ରଣା ଭୋଗୁଥିବା ଜଣେ ଚାରି ବର୍ଷ ବାଳକଙ୍କ ନାକର ଅସ୍ତ୍ରୋପଚାର କରି ଡାକ୍ତରମାନେ ନାକ ଭିତରେ ଅସ୍ୱାଭାବିକ ଭାବରେ ଉଠିଥିବା ଦାନ୍ତକୁ ବାହାର କରି ଦେଇଛନ୍ତି।
ଛଅ ମାସ ହେବ ପିଲାଟିର ନାକ ଓ ଦାନ୍ତର ମାଢିରେ ଅସହ୍ୟ ଯନ୍ତ୍ରଣା ହେଉ ଥିଲା, ଯାହାର ସଠିକ୍ କାରଣ କଣ କେହି ବୁଜି ପାରୁ ନଥିଲେ। ଏମ୍ସ ଗୋରଖପୁରର ଟିମ୍ ଯାଞ୍ଚରେ ଜାଣିପାରି ଥିଲେ ଯେ, ପିଲାର ନାକରେ ଏକ ଦାନ୍ତ ବଢୁଛି। ପରିବାର ଲୋକେ ଗୋରଖପୁର ଠାରୁ ନେଇ ଦେବରିଆ ଯାଏ ଅନେକ ହସ୍ପିଟାଲ ଓ ଘରୋଇ ଦାନ୍ତ ଚିକିତ୍ସକଙ୍କ ଠାରୁ ପରାମର୍ଶ ନେଇଥିଲେ ,ହେଲେ କେହି ପ୍ରକୃତ କାରଣ ବୁଝି ପାରି ନଥିଲେ। ଶେଷରେ ପରିବାର ଲୋକ ପିଲାକୁ ଏମ୍ସ ଗୋରଖପୁର ନେଇ ଯାଇଥିଲେ ,ସେଠାରେ ଦାନ୍ତ ରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଓରଲ ଆଣ୍ଡ ମାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ଶୈଳେଶ କୁମାର ପିଲାଟିର ଯାଞ୍ଚ କରିଥିଲେ।
ସର୍ଜନ ଡାକ୍ତର ଶୈଳେଶ କୁମାର କହିଛନ୍ତି, ‘ଶିଶୁ ନାକର ସ୍କାନ କରିବା ପରେ ଗୋଟିଏ ଦାନ୍ତ ନାକ ଭିତରେ ଅସ୍ୱାଭାବିକ ଭାବରେ ବଢ଼ିଥିବା ଜଣାପଡ଼ିଥିଲା। ଏହି ଅବସ୍ଥା ଅତ୍ୟନ୍ତ ବିରଳ ଏବଂ ଜଟିଳ ଥିଲା।
ନିର୍ଦ୍ଦେଶକ ଡକ୍ଟର ବିଭା ଦତ୍ତଙ୍କ ତତ୍ତ୍ୱାବଧାନରେ, ଡକ୍ଟର ଶୈଳେଶ କୁମାର ଏବଂ ତାଙ୍କ ଦଳ ସଫଳତାର ସହ ଶିଶୁ ନାକର ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ପିଲାଟି ଏବେ ସୁସ୍ଥ ଅଛି ଏବଂ ଏକ ସ୍ୱତନ୍ତ୍ର ୱାର୍ଡରେ ଡାକ୍ତରଙ୍କ ୨୪ଘଣ୍ଟିଆ ନିରୀକ୍ଷଣରେ ରହିଛି।
Powered by Froala Editor