ପୁଣି ଥରେ ବାପା ହେଲେ ଅରବାଜ

୫୮ ବର୍ଷୀୟ ପୁଣି ଥରେ ବାପା ହୋଇଛନ୍ତି ଅରବାଜ ଖାନ। ତାଙ୍କ ପତ୍ନୀ ଶୁରା ଖାନ ରବିବାର ମୁମ୍ବାଇର ଏକ ହସ୍ପିଟାଲରେ ଏକ ଝିଅକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ସେ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହ ପରେ ଶିଶୁପୁତ୍ରର ବାପା ହୋଇଥିଲେ ଅରବାଜ୍। ଏବେ ସେ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ଖାନ ପରିବାର ଆନୁଷ୍ଠାନିକ ଭାବରେ ଶିଶୁ କନ୍ୟା ଜନ୍ମ ନେଇ ଘୋଷଣା କରିନାହାଁନ୍ତି। କିନ୍ତୁ ଖବର ଭାଇରାଲ ହେବା ପରେ ଦୁହିଁଙ୍କ ପ୍ରଶଂସକ ସେମାନଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।
ଶନିବାର ସକାଳେ ଅରବାଜ ଖାନଙ୍କ ପତ୍ନୀ ଶୁରା ଖାନଙ୍କୁ ଖାରର ପିଡି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁରା ଗର୍ଭବତୀ ଏବଂ ଅରବାଜ ପୁଣି ଥରେ ପିତା ହେବେ ବୋଲି ଖବର ପ୍ରସାରିତ ହେବା ପରଠାରୁ ପରିବାର ଏକ ଶିଶୁର ଆଗମନକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶେଷରେ, ଅକ୍ଟୋବର ୫ତାରିଖରେ, ପରିବାର ଏହି ଖୁସି ଖବର ପାଇଲା। ଉଲ୍ଲେଖଯୋଗ୍ୟ ଯେ ଅରବାଜ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି।
ଅରବାଜ ଖାନ ନିକଟରେ ଶୁରା ଖାନଙ୍କ ପାଇଁ ଏକ ଗ୍ରାଣ୍ଡ ବେବି ସାୱାର ଆୟୋଜନ କରିଥିଲେ। ସଲମାନ ଖାନଙ୍କ ସମେତ ପରିବାର ଉପସ୍ଥିତ ଥିଲେ।
Powered by Froala Editor