ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଆଇନଜୀବୀଙ୍କ ଉଦ୍ୟମ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଆଇନଜୀବୀ ପ୍ରଧାନ ବିଚାରପତି ବି.ଆର ଗବାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର ଗବାଇ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଜୋତା ଫିଙ୍ଗିବାକୁ ଉଦ୍ୟମ କରିବା ସହ ଚିତ୍କାର କରି ଆଇନଜୀବୀ କହିଥିଲେ ଯେ ସନାତନଙ୍କ ପ୍ରତି ଅପମାନ ସହ୍ୟ କରିବି ନାହିଁ ।
ଆକ୍ରମଣ ଉଦ୍ୟମ ପରେ କୋର୍ଟ କର୍ମଚାରୀମାନେ ସଂପୃକ୍ତ ଆଇନଜୀବୀଙ୍କୁ ଧରି ପୁଲିସର ଜିମା ଦେଇଥିଲେ । ପୁଲିସ ଅଭିଯୁକ୍ତ ଆଇନଜୀବୀ ରାକେଶ କିଶୋରଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ୭ଫୁଟ୍ ଉଚ୍ଚ ମୁଣ୍ଡ କଟା ମୂର୍ତ୍ତିର ପୁନରୁଦ୍ଧାର ଉପରେ ଗବାଇଙ୍କ ମନ୍ତବ୍ୟରେ ଆଇନଜୀବୀ ରାକେଶ ବେଶ ଆଘାତ ପାଇଥିଲେ ।
Powered by Froala Editor