କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁରେ କୋଲ୍ଡ୍ରିଫ୍ କଫ୍ ସିରପ୍ ବ୍ୟାନ
ମଧ୍ୟପ୍ରଦେଶରେ ୧୧ ଜଣ କଅଁଳ ଶିଶୁଙ୍କ ଜୀବନ ନେବା ପରେ ଅଧିକଂଶ ରାଜ୍ୟ ଏବେ ଏହି କଫ୍ ସିରପକୁ ବ୍ୟାନ କରିଛନ୍ତି। କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁ ଭଳି ରାଜ୍ୟ ଏବେ ଏହାକୁ ବ୍ୟାନ କରିଛନ୍ତି। ସମାନ ବ୍ୟାଚ୍ରୁ ସଂଗୃହୀତ ନମୁନା ପରୀକ୍ଷା କରିବା ପରେ ସେଥିରେ ମାତ୍ରାଧିକ ବିଷାକ୍ତ ରାସାୟନିକ ପଦାର୍ଥ ଡାଇଥାଇଲିନ୍ ଗ୍ଲାଇକୋଲ୍ (ଡିଇଜି) ଥିବା ଜଣାପଡ଼ିଛି। ଏହାପରେ ରାଜ୍ୟ ସରକାର କୋଲ୍ଡ୍ରିଫ୍ ନାମକ ଉକ୍ତ କଫ୍ ସିରପ୍ର ବିକ୍ରୟ ଓ ବିତରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେବଳ ମଧ୍ୟପ୍ରଦେଶ ନୁହେଁ, ତାମିଲନାଡ଼ୁ କେରଳ ସରକାର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି।
୨ ବର୍ଷରୁ କମ ପିଲାଙ୍କୁ ଏହି ସିରଫ ଦେବା ନେଇ କଟକଣା ଥିବା ବେଳେ ଅନେକ ଡାକ୍ତର ଏହାକୁ ପ୍ରେସ୍କ୍ରାଇବ କରିଥିଲେ। ସିରପରେ ୪୮ ପ୍ରତିଶତ ଡାଇଥାଇଲାଇନ ଗ୍ଲାଇକଲର ମାତ୍ର ୪୮ ପ୍ରତିଶତରୁ ଅଧିକ ରହୁଥିବାରୁ ଶିଶୁଙ୍କ ଲିଭର ଓ କିଡନି ଉପରେ ଏହାର ବଡ ପ୍ରଭାବ ପଡୁଛି। ଏପରିକି ଅନେକ କ୍ଷେତ୍ରରେ ଏହାକୁ ଡ୍ୟାମେଜ କରୁଥିବା ଜଣାପଡିଛି।
ସେପଟେ ମଧ୍ୟପ୍ରଦେଶରେ ଯେଉଁ ଡାକ୍ତର କିଛି ଶିଶୁଙ୍କ ପାଇଁ ଏହାକୁ ପ୍ରେସ୍କ୍ରାଇବ କରିଥିଲେ ତାଙ୍କୁ ଗିରଫ କରାଯାଇଛି। ତେବେ ଅନେକ ରାଜ୍ୟ ଏହା ଉପରେ ଅନୁଧ୍ୟାନ କରିବା ଆରମ୍ଭ କରିଥିବା ବେଳେ ଓଡିଶାରେ ଏହାର ବିକ୍ରି ହେଉଛି କି ନାହିଁ ତାହା ଜଣା ପଡିନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏ ନେଇ ସ୍ପଷ୍ଟ କରି ନଥିଲେ ବି ନମୁନା ସଂଗ୍ରହ କରି ଯାଂଚ କରିବାକୁ ଦାବି ହୋଇଛି।
Powered by Froala Editor