୩ ଦିନରେ ରେକର୍ଡ, ପିଇଦେଲେ ୭୦୦ କୋଟିର ମଦ
ମା ଦୁର୍ଗାଙ୍କ ବିସର୍ଜନ ସୁରୁଖୁରୁରେ ସାରା ଦେଶରେ ସମ୍ପନ୍ନ ହୋଇଛି । ଉତ୍ସବ ସମୟରେ କେଉଁଠି ରାବଣଙ୍କ ପ୍ରତିମୂର୍ତ୍ତି ପୋଡ଼ାଯାଉଥିବା ବେଳେ ଲୋକଙ୍କ ଗହଳି ଲାଗିଥିବା ବେଳେ, ତେଲଙ୍ଗାନାର ମଦ ଦୋକାନଗୁଡ଼ିକ ମଧ୍ୟ ଲୋକଙ୍କ ଗହଳି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ବାସ୍ତବରେ ତେଲେଙ୍ଗାନା ଅବକାରୀ ବିଭାଗ ଏତେ ମାତ୍ରାରେ ରାଜସ୍ବ ଆଦାୟ ହୋଇଛି ଯେ ରାଜ୍ୟ ସରକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି। ତେଲେଙ୍ଗାନାରେ ଦଶହରା ପୂର୍ବ ୨ ଦିନ(ଅଷ୍ଟମୀ, ନବମୀ ଓ ଦଶମୀ)ରେ ସେଠାକାର ଲୋକ ୭୦୦ କୋଟି ଟଙ୍କାର ମଦ ପିଇଦେଇଛନ୍ତି।
ଗାନ୍ଧୀ ଜୟନ୍ତୀରେ ‘ଡ୍ରଏ ଡେ’ର ଘୋଷଣା ଥିବା ସତ୍ତ୍ୱେ, ମଦ ପ୍ରେମୀମାନେ ଅଚିନ୍ତାରେ ରହିଥିଲେ। ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପଡୁଥିବା ଖବର ଶୁଣି, ମଦ ଦୋକାନୀ କାର୍ଯ୍ୟରେ ଲାଗିପଡ଼ିଲେ, ସେମାନଙ୍କର ଷ୍ଟକ ବଢାଇ ଦେଇଥିଲେ। ଫଳରେ କେବଳ ସେପ୍ଟେମ୍ବର ୩୦ରେ ୩୩୩ କୋଟି ମୂଲ୍ୟର ରେକର୍ଡ ବିକ୍ରି ହୋଇଥିବା କୁହାଯାଉଛି। ପୂର୍ବ ଦୁଇ ଦିନରେ ମଧ୍ୟ ୩୬୭ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା, ଯାହା ତିନି ଦିନରେ ମୋଟ ୬୯୭.୨୩ କୋଟିକୁ ବୃଦ୍ଧି କରିଥିଲା।
ଏହି ସଂଖ୍ୟା ଅବକାରୀ ବିଭାଗର ସବୁ ରେକର୍ଡକୁ ଭାଙ୍ଗିଦେଇଥିବାବେଳେ ନିଶାମୁକ୍ତି ଅଭିଯାନ ପାଇଁ ଶକ୍ତ ଧକ୍କା ବୋଲି କୁହାଯାଉଛି | ଗତ ବର୍ଷ ସହିତ ତୁଳନା କଲେ ୨୦୨୪ ମସିହାରେ ଦଶହରାର ଆଠ ଦିନ ମଧ୍ୟରେ ବିକ୍ରି ୮୫୨.୩୮ କୋଟି ଟଙ୍କାର ମଦ ବିକ୍ରି ହୋଇଥିବାବେଳେ ଏହି ବର୍ଷ ମାତ୍ର ତିନି ଦିନରେ ସେଠାକାର ଲୋକ ୬୯୭ କୋଟି ଟଙ୍କାର ମଦ ପିଇଦେଇଛନ୍ତି।
Powered by Froala Editor