ଆଗେଇ ଚାଲିଛି କାନ୍ତାରା ଚାପ୍ଟର-୧
୨୦୨୨ ମସିହାର ‘କାନ୍ତାରା’ ଚଳଚ୍ଚିତ୍ରର କିଛି ଶତାବ୍ଦୀ ପୂର୍ବ ସମୟର କାହାଣୀକୁ ନେଇ ମୁକ୍ତିଲାଭ କରିଛି ‘କାନ୍ତାରା ଚାପ୍ଟର ୧’। ଦଶହରାରେ ଦୋବ୍ୟାପୀ ସିନେମା ହଲରେ ମୁକ୍ତିଲାଭ କରିଥିବାରୁ ଫ୍ୟାନ୍ସଙ୍କ ଭିଡ ବେଶ ପରିଲିଖିତ ହୋଇଛି । ୨୦୨୨ରେ ରିଲିଥିବା କାନ୍ତାରା ବ୍ଲକବଷ୍ଟର ହୋଇଥିଲା । ଫିଲ୍ମର ନିର୍ଦ୍ଦେଶକ ଓ ଅଭିନେତା ଭାବେ ନଜର ଆସିଛନ୍ତି ରିଷଭ ଶେଟ୍ଟୀ । ପ୍ରଥମ ଶୋ ଦେବା ପରେ ପ୍ରଶଂସକ ମାନେ ଏହାର ଆଲୋଚନା ଖୁବ କରୁଛନ୍ତି । ଫିଲ୍ମର କ୍ଲାଇମ୍ୟାକ୍ସକୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି ।
କାନ୍ତାରା ନାମକ ରହସ୍ୟମୟ ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥାନ କରୁଥିବା ଆଦିବାସୀ ସଂପ୍ରଦାୟ ଏହି କାହାଣୀର କେନ୍ଦ୍ରରେ ଅଛି। ନାୟକ ବର୍ମେ (ଋଷଭ ଶେଟ୍ଟୀ) କାନ୍ତାରା ଜଙ୍ଗଲରେ ବଡ଼ ହେବା ପରେ ପ୍ରଥମ ଥର ପାଇଁ ଜଙ୍ଗଲରୁ ବାହାରି ବାଗ୍ରା ବନ୍ଦରକୁ ଯାଉଛି। ତେବେ ସେଠାରେ ଭିନ୍ନ ଭିନ୍ନ ଗୋଷ୍ଠୀଙ୍କ ପକ୍ଷରୁ ତାକୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି। ଜଙ୍ଗଲ ସହିତ ଘନିଷ୍ଠ ସମ୍ପର୍କ ଯୋଗୁଁ ଚମତ୍କାର ଢଙ୍ଗରେ ଏକ ବାଘ ତାକୁ ବିପଦରୁ ରକ୍ଷା କରୁଛି। ସିନେମାର ଦ୍ବିତୀୟାର୍ଦ୍ଧରେ ବର୍ମେ ପୁଣି ଥରେ ବାଗ୍ରା ଫେରୁଛି ଯେଉଁଠାରେ ଘମାଘୋଟ ଲଢ଼େଇର ସୂତ୍ରପାତ ହେଉଛି। କ୍ରମେ ବାଗ୍ରାର ରାଜା କାନ୍ତାରାର ଅଧିବାସୀଙ୍କୁ ଗଣହତ୍ୟା କରି ଜଙ୍ଗଲ ଜମିକୁ ହଡ଼ପ କରିନେବା ଉଦ୍ଦେଶ୍ୟରେ ଆକ୍ରମଣ ଆରମ୍ଭ କରିଦେଉଛି କିନ୍ତୁ ବର୍ମେ ତା’ ସଂପ୍ରଦାୟ ଓ ଜଙ୍ଗଲର ସୁରକ୍ଷା ପାଇଁ ଆପ୍ରାଣ ଲଢ଼େଇ କରୁଛି।
ପ୍ରଥମ ଚଳଚ୍ଚିତ୍ର ଭଳି ଏହା ମଧ୍ୟ ଇତିହାସ, ପୁରାଣ ଓ କାଳ୍ପନିକ ଗାଥାର ସମ୍ମିଶ୍ରଣ। ଏହାର ଏକ ପ୍ରଶଂସନୀୟ ଦିଗ ହେଲା ନିର୍ମାତା ତଥା ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ ଏହି ନୂଆ ଚଳଚ୍ଚିତ୍ର ଜରିଆରେ ଏକ ଅରଖ ନୂଆ କାହାଣୀ ଦର୍ଶକଙ୍କୁ ଭେଟି ଦେଇଛନ୍ତି।
Powered by Froala Editor