ବଢିଲା ୫,୦୨୩ MBBS ସିଟ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୁଧବାର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲଗୁଡ଼ିକର ଉନ୍ନତି ଓ ସମ୍ପ୍ରସାରଣ ପାଇଁ ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍ (CSS) ଫେଜ୍-III କୁ ଅନୁମୋଦନ ଦେଇଛି। ଡାକ୍ତରୀ ଶିକ୍ଷାକୁ ବିସ୍ତାର କରିବା ପାଇଁ, କେନ୍ଦ୍ର କ୍ୟାବିନେଟ ସାରା ଦେଶରେ ୫,୦୦୦ ନୂତନ ପିଜି ସିଟ୍ ଏବଂ ୫,୦୨୩ MBBS ସିଟ୍ ସୃଷ୍ଟି କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।
୨୦୨୫-୨୬ରୁ ୨୦୨୮-୨୯ ମଧ୍ୟରେ ଏହି ଯୋଜନା ପାଇଁ ମୋଟ ୧୫୦୩୪.୫ କୋଟି ଟଙ୍କା ବ୍ୟୟ ହେବ, ଯେଉଁଥିରୁ କେନ୍ଦ୍ରର ଅଂଶ ୧୦୩୦୩.୨ କୋଟି ଓ ରାଜ୍ୟର ଅଂଶ ୪୭୩୧.୩ କୋଟି। ଏହା ଦେଶରେ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି, ନୂଆ ସ୍ପେସିଆଲିଟି ପ୍ରବର୍ତ୍ତନ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବ।
ଗତ ୧୦ ବର୍ଷରେ ଭାରତରେ ମେଡିକାଲ୍ କଲେଜ ସଂଖ୍ୟା ୩୮୭ରୁ ୮୦୮କୁ ବୃଦ୍ଧି ପାଇଛି, ଏହା ସହିତ ୬୯୩୫୨ MBBS ଓ ୪୩୦୪୧ PG ସିଟ୍ ବୃଦ୍ଧି ପାଇଛି। ଏହା ସହ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ୨୨ଟି ନୂଆ AIIMS ମଧ୍ୟ ଅନୁମୋଦିତ ହୋଇଛି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୫,୦୩୪ କୋଟି ଟଙ୍କା ବ୍ୟୟରେ ଡାକ୍ତରୀ ଶିକ୍ଷାକୁ ବିସ୍ତାର କରିବା ଏବଂ ସାରା ଦେଶରେ ୫,୦୦୦ ନୂତନ ପିଜି ସିଟ୍ ଏବଂ ୫,୦୨୩ ଏମବିବିଏସ୍ ସିଟ୍ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ପ୍ରତି ସିଟ୍ ପାଇଁ ନିବେଶ ୧.୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
Powered by Froala Editor